ନାଳରେ ଭାସିଗଲା କାର: ୮ ମୃତ

ମଧ୍ୟପ୍ରଦେଶ ଅଗର ମଲୱା ଜିଲ୍ଲାରେ ଅଭାବନୀୟ ଘଟଣା । ମଧ୍ୟପ୍ରଦେଶରେ ଭାସିଗଲେ ୮ ଓଡ଼ିଆ ଶ୍ରଦ୍ଧାଳୁ । ପ୍ରବଳ ବର୍ଷାରେ ଏକ ନାଳରେ ଭାସିଗଲା କାର୍‌ । ମାଆ ବଗଳାମୁଖୀ ମନ୍ଦିର ନିକଟରେ କାର୍ ସହ ଭାସି ଯାଇଛନ୍ତି । ୮ ଜଣଙ୍କ ମଧ୍ୟରେ ୩ ଶିଶୁ, ୨ ମହିଳା ଓ ୩ ପୁରୁଷ ଅଛନ୍ତି । ସେମାନେ ସମସ୍ତେ ଓଡ଼ିଶାର ଲୋକ ବୋଲି ମଧ୍ୟପ୍ରଦେଶ ପୋଲିସ କହିଛି । ମୃତକ ମାନେ ଉଜ୍ଜୟିନୀରୁ ମାଆ ବଗଳାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ସେମାନଙ୍କୁ ଖୋଜିବାକୁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି ।

କାର୍ ଭିତରେ ମୋଟ ୮ ଜଣ ଥିଲେ । ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଶେଷରେ ୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ମୃତକମାନଙ୍କ ଓଡିଶାର ବୋଲି ପରିଚୟ ଜଣାପଡିଛି । ସମସ୍ତ ମୃତଦେହର ପୋଷ୍ଟମର୍ଟମ୍ କରାଯିବା ସହ ପ୍ରକ୍ରିୟା ଜାରି ରହିଛି ।

Leave a Reply

Your email address will not be published. Required fields are marked *