
ଲଘୁଚାପ ପ୍ରଭାବରେ ଚିଲିକାରେ ପ୍ରବଳ ବର୍ଷା ସହ ପବନ ହେଉଛି । ପ୍ରବଳ ବର୍ଷା ହେବା ଫଳରେ ଚିଲିକାର ଜଳସ୍ତର ଧିରେ ଧିରେ ବଢିବାରେ ଲାଗୁଛି । ଏହା ମଧ୍ୟରେ ପୁରୀ ଜିଲ୍ଲାକୁ IMDର ରେଡ୍ ୱାର୍ଣ୍ଣିଂ ପରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବଡ଼ ନିଷ୍ପତ୍ତି ନେଇଥିବାର ଦେଖିବାକୁ ମିଳିଛି । ବର୍ଷା ପବନ ଆଉ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୨ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିଛି । ଜାତାୟତ ସେବା ବନ୍ଦ ରହିବା ନେଇ ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
