
ଢେଙ୍କାନାଳ ପରଜଙ୍ଗ ଥାନା ଆମ୍ବପଳାସ ପଞ୍ଚାୟତ ଜାମୁନାଳୀ ଗାଁରେ ଛତୁ ତୋଳିବାକୁ କେନ୍ଦ୍ର କରି ଗଣ୍ଡଗୋଳ । ସମ୍ପର୍କୀୟ ଭାଇଙ୍କ ଟାଙ୍ଗିଆ ଚୋଟରେ ଜଣେ ଯୁବକ ଗୁରୁତର । ଗୁରୁତର ଯୁବକ ଜାମୁନାଳୀ ଗାଁର ସରୋଜ ମୁଣ୍ଡା ମେଡିକାଲରେ ଭର୍ତ୍ତି । ଛତୁ ତୋଳିବାକୁ ନେଇ ସରୋଜ ଓ ତାଙ୍କ ସମ୍ପର୍କୀୟ ଭାଇ ମଣ୍ଟୁ ମୁଣ୍ଡାଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ବଚସା ଗଣ୍ଡଗୋଳର ରୂପ ନେଇଥିବା ବେଳେ, ମଣ୍ଟୁ ଟାଙ୍ଗିଆରେ ସରୋଜଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ଗୁରୁତର ସରୋଜଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।
