ସାତପଡ଼ା ରୁ ଜଂହ୍ନିକୁଦାକୁ ଯାତ୍ରା କରୁଥିବା ଘାଟ ଡଙ୍ଗାରେ ବିପଦ ପୂର୍ଣ୍ଣ ଭାବରେ ଦୈନଦିନ ଯାତ୍ରୀ ମାନଙ୍କୁ ନେଇ ଡ଼ଙ୍ଗା ଚାଳକ ଯାତ୍ରା କରୁଛନ୍ତି ଯାତ୍ରୀ ମାନଙ୍କ ପାଇଁ କୌଣସି ସେପ୍ଟି ସୁରକ୍ଷା ଓ ଲାଇଫି ଜ୍ୟାକେଟ ଭଳି ଅନ୍ୟ କିଛି ବି ସୁବିଧା ଯାତ୍ରୀ ମାନଙ୍କୁ ଦେଉ ନାହାନ୍ତି ଅଥଳ ଜଳ ରାଶିରେ କେଉଁ ଭଳି ଭାବରେ ଲୋକଙ୍କ ଜୀବନ ସହିତ ନିଜର ସ୍ୱାର୍ଥ ପୂରଣ ପାଇଁ ଖେଳିବାକୁ ପଛାଉ ନାହାନ୍ତି କିଛି ଅସାଧୁ ଘାଟ ଡ଼ଙ୍ଗା ମାଲିକ ମାନେ,ଅନ୍ୟପଟେ ପଣା ସଂକ୍ରାନ୍ତି ଠାରୁ ଚାଲୁଥିବା ପ୍ରସିଦ୍ଧ ପଣା ମହୋତ୍ସବ ପାଇଁ ଅନେକ ଯାତ୍ରୀ ନିଜ ଜୀବନଙ୍କୁ ପାଣି ଛଡାଇ ବିପଦ ସଂକୁଳ ଅବସ୍ଥାରେ ଯାତ୍ରା କରୁଥିବା ସହିତ ସେହି ଡଙ୍ଗାରେ ଦୁଇ ଚକିଆ ଭଳି ଅନେକ ଯାନ ବାହାନ ମଧ୍ୟ ନେଉଥିବା ନଜର ସାମ୍ନାକୁ ଆସିଛି, ଡଙ୍ଗାରେ ବସିବା କିମ୍ବା ଠିଆ ହେବାକୁ ଟିକେ ଜାଗା ନଥିବା ବେଳେ ଡଙ୍ଗା ମାଲିକମାନେ କ୍ଷମତାଠାରୁ ଅଧିକ ଗାଡ଼ି ଜବରଦସ୍ତି ଲୋଡ୍ ମଧ୍ୟ କରୁଛନ୍ତି ସବୁ ଦେଖି ଜିଲ୍ଲା ପ୍ରଶାସନ ଦେଖେଣା ହାରି ସାଜି ଚୁପଚାପ ବସିପଡିଛନ୍ତି, କେତେବେଳେ କେଉଁ ସମୟ ରେ ଅଘଟଣ ଘଟିବ ତାହା ସମସ୍ତ ଅଂଚଳ ବାସିଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି !
ଘାଟ ଡଙ୍ଗାରେ ଯାତ୍ରୀ ମାନଙ୍କ ସୁରକ୍ଷାକୁ ନେଇ କେତେ ସଜାଗ ଜିଲ୍ଲା ପ୍ରଶାସନ ?
