ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ କ୍ଷତିଗ୍ରସ୍ତ
ଖଣି ପ୍ରଭାବିତ ଅଞ୍ଚଳ ରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର ଙ୍କ ପ୍ରବଧାନ ଥିବା ବେଳେ ଅନେକ ଅଞ୍ଚଳ ଆଜି ପର୍ଯ୍ୟନ୍ତ ସାମାନ୍ୟ ସୁବିଧା ରୁ ବଞ୍ଚିତ ହେଉଥିବା ନେଇ ଖଣି ପ୍ରଭାବିତ ଅଞ୍ଚଳ ବାସିନ୍ଦା ବିଭିନ୍ନ ଦାବି ସହ ଆଜି କାଳୀ ପଡିଆ ରୁ ବିରାଟ ଶୋଭାଯାତ୍ରା ରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନା ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶେଷ କରି ଶୁଆକାଟି ସ୍ଥିତ ଓଡିଶା ମାଇନିଙ୍ଗ କରପରେସନ ର ଖଣି କାର୍ଯ୍ୟ ଦ୍ବାରା ପ୍ରଭାବିତ ହେଇଥିବା କେନ୍ଦୁଝର ପୁରୁଣା ସହର ର ୧,୨ ଓ ୩ ନମ୍ବର ୱାର୍ଡ ର ଅଧିବାସୀ ମାନେ ବିଶେଷ ଭାବରେ ପ୍ରଭାବିତ ହେଉଥିଲେ ମଧ୍ୟ କ୍ଷତି ଗ୍ରସ୍ତ ଅଧିବାସୀ ମାନଙ୍କୁ ସରକାରଙ୍କ ଦ୍ବାରା ନିର୍ଧାରିତ ମାନଦଣ୍ଡ ଅନୁଯାଇ ଦିଆଯାଇଥିବା ସୁବିଧା ସୁଯୋଗ ମାନ ପ୍ରଦାନ କରାଯାଇ ନାହିଁ .
ତେଣୁ ଏ ସମ୍ବନ୍ଧରେ ଗତ ୩.୧୧.୨୦୨୫ ରିଖ ମାନ୍ୟବର ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ପ୍ରକୋଷ୍ଠରେ କ୍ଷତିଗ୍ରସ୍ତ ଅଧିବାସୀ ମାନେ ଏକ ମିଳିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ କିନ୍ତୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏପରିକି କେନ୍ଦୁଝର ଗଡ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ମଧ୍ୟ ନିର୍ବାହୀ ଅଧିକାରୀ ଏ ବିଷୟରେ ଗୁରୁତ୍ବ ନଦେଇ କୌଣସି ପଦକ୍ଷେପ ନେଇନାହାନ୍ତି ।ତେଣୁ ବାଧ୍ୟ ହୋଇ ଆଜି ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ବାସୀ କାଳୀ ପଡିଆ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲ୍ଲୀ ରେ ଆସି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳ ଭାବରେ ପୁରୁଣା ସହରର ୧,୨ ଓ ୩ ନମ୍ବର ୱାର୍ଡ କୁ ସାମିଲ କରାଯିବା ଓ ଖଣି କ୍ଷତିଗ୍ରସ୍ତ ଅନ୍ୟ ଅଞ୍ଚଳ ବାସୀମାନେ ଯେପରି ଓଏମସି ଖଣି ଓ ସରକାରଙ୍କ ଠାରୁ ଯେଉଁ ସୁବିଧାମାନ ପାଉଛନ୍ତି ତାହା ଏହି ଅଞ୍ଚବାସୀଙ୍କୁ ଅବିଳମ୍ବେ ପ୍ରଦାନ କରାଯିବା ନେଇ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି।
