ଦିଲ୍ଲୀକୁ ୨୪୩ ରନ୍‌ର ଟାର୍ଗେଟ୍ ଦେଲା ହାଇଦ୍ରାବାଦ

ହାଇଦ୍ରାବାଦ : ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଜି ଆଇପିଏଲ ୨୦୨୬ର ୩୧ ତମ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ହେଉଛି। ଏହି ମୁକିବିଲାରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ ଟିମ୍‌ ପ୍ରଥମେ ବ୍ୟାଟିଂ କରି ଅଭିଷେକ ଶର୍ମାଙ୍କ ଅପରାଜେୟ ୧୩୫ରନ୍‌ର ଏକ ଧୁଆଁଦାର ଇନିଂସ ଦ୍ୱାରା ୨୪୨ ରନ୍‌ କରିଥିଲା।

ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇ ଥିବା ହାଇଦ୍ରାବାଦ ପାଇଁ ଇନିଂସର ଆରମ୍ଭ ଟ୍ରେଭିସ ହେଡ୍‌ ଓ ଅଭିଷେକ ଶର୍ମା କରିଥିଲେ। ଦୁହେଁ ଆକ୍ରମଣାତ୍ମକ ଅନ୍ଦାଜରେ ଇନିଂସର ଆରମ୍ଭ କରିଥିଲେ। ପାୱାରପ୍ଲେ ଅର୍ଥାତ୍‌ ୬ ଓଭର ପରେ ହାଇଦ୍ରାବାଦର ସ୍କୋର ୬୭-୦ ଥିଲା। ୯ମ ଓଭରରେ ଅଭିଷେକ ଶର୍ମା କେବଳ ୨୫ ଟି ବଲରେ ଫିଫ୍ଟି ପୂରଣ କରିଥିଲେ। କିନ୍ତୁ ଏହି ଓଭରରେ ହାଇଦ୍ରାବାଦକୁ ପ୍ରଥମ ଝଟକା ଲାଗିଥିଲା। ହେଡ୍‌ ୩୭ ରନ୍‌ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। କିନ୍ତୁ ଏହାପରେ ଅଭିଷେକ ଶର୍ମା ରହି ନଥିଲେ। ସେ କେବଳ ୪୭ଟି ବଲରେ ଶତକ ପୂରଣ କରିଥିଲେ। ନିଜର ଶତକୀୟ ପାଳି ବେଳେ ଅଭିଷେକ ୮ଟି ଚୌକା ଓ ୮ଟି ଛକା ମାରିଥିଲେ।

Leave a Reply

Your email address will not be published. Required fields are marked *