ଚାଷୀଙ୍କୁ ଓଜନରେ ଠକୁଛି ସରକାରୀ ଧାନ ମଣ୍ଡି

ସମ୍ପାଦକଙ୍କୁ ଘେରିବା ସହ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଚାଷୀ

ଚାଷୀଙ୍କୁ ଓଜନରେ  ଠକୁଛି ସରକାରୀ ଧାନ ମଣ୍ଡି , ଗୋଟିଏ ବସ୍ତାରେ ଓଜନ ରେ କମୁଛି ୩ ରୁ ୪ କେଜି  , ଯାହାକୁ ନେଇ ତାତିଛନ୍ତି ଭଦ୍ରକ ଜିଲ୍ଲା ଘଟପୁର ସେବା ସମବାୟ ସମିତି ର ଚାଷୀ ତାହାସହ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।  ଅଭିଯୋଗ ମୁତାବକ ଉକ୍ତ ସମବାୟ ସମିତି ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଆର,ଏମ,ସି ଦୁଇଟି ଡିଜିଟାଲ ଓଜନ ମେସିନ ଦେଇଛି । ମାତ୍ର ସେଥି ମଧ୍ୟରୁ ଗୋଟିଏ ସଠିକ ଥିବା ବେଳେ ଗୋଟିଏ ଭୂଲ ବୋଲି ଜଣା ପଡ଼ିଛି । ସମାନ ଧାନ ବସ୍ତାର ଓଜନ  ଦୁଇଟି ମେସିନରେ ଭିନ୍ନ ଭିନ୍ନ ଆସୁଥିବା ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି। ତେବେ ଉତ୍ୟକ୍ତ ଚାଷୀ ସମବାୟ ସମିତିର ସମ୍ପାଦକଙ୍କୁ ଘେରିବା ସହ ସମିତି ଆଗରେ ହୋହାଲ୍ଲା କରିଥିଲେ. ଅନ୍ୟ ପଟେ ଏ ବିଷୟରେ ସମବାୟ ସମିତିର ସମ୍ପାଦକଙ୍କୁ ପଚାରିବାରୁ – ଓଜନ ମେସିନ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି ମାତ୍ର ସେଥିରେ ଏମିତି ତ୍ରୁଟି କେମିତି ହେଲା ମତେ ଜଣାନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *