ଓଭାଲ ଟେଷ୍ଟରେ ଇଂଲିଶ ଟିମକୁ ଭାରତର ଦେଲା ଭଲ ଟାର୍ଗେଟ; ଜୟସ୍ୱାଲ ମାରିଲେ ଦମ୍‌ଦାର ଶତକ

ଓଭାଲ ଟେଷ୍ଟର ତୃତୀୟ ଦିନରେ ଭାରତ ଇଂଲଣ୍ଡକୁ ଜିତିବା ପାଇଁ ୩୭୪ ରନର ଟାର୍ଗେଟ ଦେଇଛି। ଶନିବାର ହେଉଥିବା ମ୍ୟାଚ୍‌ରେ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୭୫/୨ ସ୍କୋରରୁ ଖେଳିବା ଆରମ୍ଭ କରି ୩୯୬ ରନରେ ଅଲଆଉଟ୍ ହୋଇଯାଇଥିଲା। ୱାଶିଂଟନ ସୁନ୍ଦର ୪ ଚୌକା ଏବଂ ୬ ଛକା ସହାୟତାରେ ୫୩ ରନ ସଂଗ୍ରହ କରିଥିଲେ। 

ଯଶସ୍ୱୀ ଜୟସ୍ୱାଲ ୧୧୮ ରନର ଏକ ଦମ୍‌ଦାର ଶତକ ହାସଲ କରିଥିଲେ। ଅନ୍ୟପଟେ ଆକାଶ ଦୀପ ୬୬ ଏବଂ ରବିନ୍ଦ୍ର ଜାଡେଜା ୫୩ ରନର ପାରି ଖେଳି ଦଳ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଇଂଲଣ୍ଡ ପକ୍ଷରୁ ଜୋଶ ଟଙ୍ଗ ୫ ୱିକେଟ ନେଇଥିଲେ। ଗସ୍ ଆଟକିନସନ ୩ ଏବଂ ଜିମି ଓଭରଟନ ୨ ୱିକେଟ ନେଇଥିଲେ। ଶୁକ୍ରବାର ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୭ ରନରେ ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ଦଳ ୨୩ ରନର ଲିଡ୍ ପାଇଥିଲା। ଭାରତ ପ୍ରଥମ ଇନିଂସରେ ୨୨୪ ରନ ହାସଲ କରିଥିଲା।

Leave a Reply

Your email address will not be published. Required fields are marked *