ଭୁଶୁଡି ପଡିଛି ସରକାରଙ୍କ ଯୋଜନା : ଜନତାଙ୍କ ଅର୍ଥ ଲୁଟିଲେ କାହିଁକି ?
ପୁରୀ କୋଣାର୍କ ମେରାଇନୀ ଡ୍ରାଇଭ ମୁଖ୍ୟ ରାସ୍ତା ଚନ୍ଦ୍ରଭାଗା ମେରାଇନୀ ଥାନା ନିକଟରେ ପର୍ଯ୍ୟଟକ ମାନଙ୍କ ଚିତ୍ତବିନୋଦନ ପାଇଁ ୩୧/୦୮/୨୦୧୯ ପୂର୍ବ ସରକାରଙ୍କ ଦ୍ୱାରା ପୂର୍ବତନ କ୍ରୀଡା ଓ ଯୁବବ୍ୟାପାର ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ,ପୂର୍ବତନ ଜିଲ୍ଲାପାଳ ବଲଓ୍ବନ୍ତ ସି° , ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ଓଡିଶା ସୁଶାନ୍ତ ନନ୍ଦ ଓ ପୂର୍ବତନ କୋଣାର୍କ NAC କାର୍ଯ୍ୟ ନିର୍ବାହି ଅଧିକାରୀ ଏମ୍ ଶ୍ରୀନିବାସ କରକମଳରେ ଉଦ୍ ଘାଟଣ କରାଯାଇଥିବା ସ୍ବତନ୍ତ୍ର ପର୍ଯ୍ୟଟନ ପ୍ରକଳ୍ପ ଚନ୍ଦ୍ରଭାଗା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଆଜକୁ ୭ ବର୍ଷ ଭିତରେ ନିର୍ମାଣ ପ୍ରକଳ୍ପ ଏବେ ଭୂତକୋଠି ରେ ପରିଣତ ହୋଇଛି । କୋଣାର୍କ ଓ ପୁରୀ ବୁଲିବାକୁ ଆସୁଥିବା ଦେଶ ଓ ବିଦେଶୀ ପର୍ଯ୍ୟଟକ ଙ୍କ ପାଇଁ ପୂର୍ବ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ଏହି କ୍ୟାଫେ ଏବେ ଭୁତ କୋଠି । ଲକ୍ଷ୍ୟଥିଲା ଦେଶ ବିଦେଶର ପର୍ଯ୍ୟଟକମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ସହ ଚନ୍ଦ୍ରଭାଗା ବୁଲି ସେଠାରେ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ଖାଇବା ସହ ଚାହା, କଫି ପାଇଁ ମଜାନେବେ ଚନ୍ଦ୍ରଭାଗା ସମୂଦ୍ର କୂଳରେ। ହେଲେ ଦୁଃଖ ର ବିସୟ ଏବେ ଏହି କ୍ୟାଫେ ଭାଙ୍ଗି ରୁଜି ଭୂତକୋଠି ପାଲଟିଛି। ଟେବୁଲୁ ଉପରେ ମେନୁ ଅଛି ସ୍କାନର ବି ଅଛି। ହେଲେ ନାଅଛି ପର୍ଯ୍ୟଟକମାଙ୍କ ଦେଖା ନା ଅଧିକାରୀ ଏସବୁ କେବଳ ରକ୍ଷଣାବେକ୍ଷଣ ଅଭାବରୁ ଘର ଉପରେ ଟିଣ ଆଜମେଷ୍ଟ ପବନରେ ଉଡି ଯିବା ବେଳେ ଅଳିଆ ଆବର୍ଜନା ଭରିରହିଛି ପରିବେଶ ଖାଲି ସେତିକି ନୁହେଁ ମୁଖ୍ୟ ଗେଟେ ଭାଙ୍ଗି ଯିବାରୁ କେବଳ ବାଉଁଶ ବତା କିଛି ପ୍ଲାଷ୍ଟିଙ୍ଗୀ ଚାଦର ଦ୍ବାରା ଗେଟ ରହିଛି। ଯାହା ଓଡିଶା ପର୍ଯ୍ୟଟନ ବିଭାଗ ପ୍ରତି ଖରାପ ମେସେଜ ଯାଉଥିବା କହିଛନ୍ତି କୋଣାର୍କ ବାସିନ୍ଦା ।ରାଜ୍ୟ ସରକାରଙ୍କ କୋଟିକୋଟି ଟଙ୍କା ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ସୈଦର୍ଯ୍ୟ ପାଇଁ ଆସୁଥିବା ବେଳେ ସବୁ କେବଳ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାନଙ୍କ ପେଟରେ ପଡୁଛି ବୋଲି ପ୍ରଶ୍ନ ଉଠୁଛି । ଓଡିଶାର ଗର୍ବ ଗୈରବ ନିମାପଡାର ବିଧାୟିକା ଓ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ , ଶିଶୁ ବିକାଶ ମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଥିବାବେଳେ କାହିଁକି ଅବହେଳା ହେଉଛି କୋଣାର୍କର ବିକାଶ ପାଇଁ ବୋଲି ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।

କେବଳ ଚନ୍ଦ୍ରଭାଗା ବିକାଶ ନାମରେ ବିଶ୍ବପ୍ରସିଦ୍ଧ ମାଘମେଳାରେ ଲକ୍ଷ ଲକ୍ଷ ଲୋକେ ବୁଡପକାଇବାକୁ ଆସୁଥିବା ତ୍ରୀର୍ଥପୁଷ୍କରୀଣୀକୁ ଲକ୍ଷ ନକରି ଚନ୍ଦ୍ରଭାଗା ସମୁଦ୍ର କୂଳରେ ବଡବଡ ବାଲିବନ୍ତ ରାତିଅଧିଆ ଖାଲି କରି ସିମେଣ୍ଟ ରଡ ଦେଇ ବଡବଡ ଅଟାଳିକା ନିର୍ମାଣ କରିବାଟା କଣ ଠିକାଦାର ଓ ଯନ୍ତ୍ରୀ ପୋଷିବା ବୋଲି ପ୍ରଶ୍ନ ଉଠୁଛି।ନା ଅଛି ମହିଳା ପୁରୁଷ ମାନଙ୍କ ପାଇଁ ଶୈଚାଳୟ ନା ବସିବାକୁ ଜାଗା ପ୍ରବଳ ଖରା ,ବର୍ଷା ରେ ବୁଲିଯାଉଛନ୍ତି ହଜାର ହଜାର ପର୍ଯ୍ୟଟକ । ତୁରନ୍ତ ତ୍ରୀର୍ଥପୁଷ୍କରୀଣୀ କୁ ପ୍ରଥମେ ସଠିକ କରିବା ସହ ଆଲୋକି କରଣ ସ୍ତାଇ ଶୈଚାଳୟ ,ଚତୁପାର୍ଶ ପାଚେରୀ ଓ ସମୁଖରେ ଗେଟେ ଲଗାଇବା ସହ ସ୍ବତନ୍ତ୍ର ପର୍ଯ୍ୟଟନ ପ୍ରକଳ୍ପ ଚନ୍ଦ୍ରଭାଗାକୁ ସରଷ ସୁନ୍ଦର କରିବାକୁ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗକୁ ଅନୁରୋଧ କରିଛନ୍ତି କୋଣାର୍କ ବାସିନ୍ଦା .
