ପୋଲିସ ଭଲିବଲ୍ ଚାମ୍ପିୟନସିପ୍ ଫାଇନାଲରେ ମୟୂରଭଞ୍ଜ ଚାମ୍ପିୟନ୍ । ଫାଇନାଲରେ ମୟୂରଭଞ୍ଜ ଦଳ ବାଲେଶ୍ୱର ଦଳକୁ ୩-୦ ରେ ହରାଇ ପ୍ରଥମ ଥର ପାଇଁ ଚାମ୍ପିୟନ୍ ହୋଇଛି। ବାଲେଶ୍ୱର ରିଜର୍ଭ ପୁଲିସ୍ ପଡ଼ିଆରେ ଚାଲୁଥିବା ୭୮ତମ ରାଜ୍ୟ ପୋଲିସ ଭଲିବଲ୍ ଏବଂ ବାସ୍କେଟବଲ୍ ଚାମ୍ପିୟନସିପ୍ – ୨୦୨୬ର ଉଦଯାପନ ଦିବସ ବାଲେଶ୍ଵର ଏସ୍ପିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଚାରି ଦିନ ଧରି ଚାଲିଥିବା ଏହି ଖେଳରେ ରାଜ୍ୟର ବିଭିନ୍ନ ପୁଲିସ୍ ୟୁନିଟ୍ର ଶତାଧିକ କ୍ରୀଡ଼ାବିତ ଏଥିରେ ସାମିଲ ହୋଇଥିଲେ। ଉଦଯାପନୀ ସମାରୋହରେ ପୂର୍ବାଞ୍ଚଳ ଡିଆଇଜି ପିନାକ୍ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ରୋମାଞ୍ଚକର ଫାଇନାଲ ମ୍ୟାଚରେ ପ୍ରତ୍ୟେକ ଖେଳାଳି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।
ଶେଷରେ ଖେଳ ଓ ଖେଳାଳିର ବିଜୟ ହୋଇଛି। ମୟୂରଭଞ୍ଜର ଖେଳାଳିଙ୍କ କୋଡ଼ିନେସନ୍ ପାଇଁ ପ୍ରଥମଥର ପାଇଁ ଭଲିବଲ ଚମ୍ପିୟାନ ହୋଇଥିବା ବେଳେ ଅତିଥି ମାନେ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ବିଜେତା ଓ ରନର୍ଷଅପ ଦଳକୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ବାଲେଶ୍ୱର ଏସପି ପ୍ରତ୍ୟୁଷ୍ ଦିବାକର, ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି, ସମତେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
