ଭିଜିଲାନ୍ସ ଜାଲରେ ଭୁବନେଶ୍ୱର STS ବିଭାଗର ୨ ଅଡିଟ ଅଫିସର । ବାରିପଦାରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍ । ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଗତକାଲି ବିଳମ୍ବିତ ରାତିରେ ଭିଜିଲାନ୍ସ ଟିମ୍ ସେମାନଙ୍କୁ ପିଛା କରିଥିଲା । ପରେ ବାରିପଦା ସହରରୁ ଦୁଇ ଅଡିଟ୍ ଅଫିସରଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଅଟକ ଦୁଇ ଅଡିଟ୍ ଅଫିସର ହେଉଛନ୍ତି ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ପ୍ରଶାନ୍ତ ପ୍ରଧାନ।

ଉଭୟ ଭୁବନେଶ୍ୱର STS ବିଭାଗରେ କାର୍ଯ୍ୟରତ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଏବଂ ଆଦିବାସୀ ହଷ୍ଟେଲରେ ଚାଲିଥିଲା ଅଡିଟ୍ । ଏହି ସମୟରେ ବିପୁଳ ପରିମାଣର ନଗଦ ଟଙ୍କା ସେମାନଙ୍କ ନିକଟରେ ଥିବାର ଖବର ପାଇଥିଲା ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଉଭୟଙ୍କର ଗତିବିଧି ଉପରେ ନଜର ରଖିଥିଲା । ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ଏହି ଲିଙ୍କ……..
