ସୋସିଆଲ ମିଡିଆ ଏକ୍ସ ବିପକ୍ଷରେ ଆସିଲା ସଙ୍ଗୀନ ଅଭିଯୋଗ । ଏଆଇ ଟୁଲ ଗ୍ରୋକର ବ୍ୟାପକ ଅପବ୍ୟବହାରକୁ ନେଇ ବିଶ୍ୱବ୍ୟାପି ନିନ୍ଦା କରାଯାଇଛି । ବିଷେଶ କରି ନମହିଳା ମାନଙ୍କ ଛବି ସହ କରାଯାୁଛି ଅପବ୍ୟବହାର । ଏଆଇ ଟୁଲକୁ ନିଦେ୍ର୍ଦଶ ଦେଇ ପୁରୁଷମାନେ କରୁଛନ୍ତି ମହିଳାଙ୍କ ଛବି କୁ ନିବସ୍ତ୍ର ।ଖାଲି ସେତିକି ନୁହେଁ ଏହି ଛବିକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରାଯାଉଛି । ସୋସିଆଲ ମିଡିଆ ରେ ଏଭଳି ଅଶ୍ଲିଳ ,ଅଭଦ୍ର ଓ ଯୌନ ଉତ୍ତେଜକ ଫଟୋ ପୋଷ୍ଟ କରିବା ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି ।ତେବେ ଏହି ପ୍ରସଙ୍ଗରେ ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏକ୍ସକୁ ନୋଟିସ ଜାରି କରାଯାଇଛି । ଆଇଟି ଅନୁଯାୟୀ ଆଇଟି ଆଇନ ନିୟମ ୨୦୦୦ ଓ ୨୦୨୧ ଥିବା ନିୟମ ପାଳନ ନ କରିଲେ କୋଠର କାର୍ଯ୍ୟାଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କମ୍ପାନୀ କୁ ମନେ ପକାଇଦେଇଛନ୍ତି । ତେବେ ଏନେଇ ୭୨ ଘଣ୍ଟା ମଧ୍ୟରେ ମହିଳାଙ୍କ ଫଟୋ ଏକ୍ସରୁ ନହଟାଇଲେ ନେଇ ଏକ୍ସକୁ କାର୍ଯ୍ୟାଇନୁଷ୍ଠାନ ନୋଟିସ ଦିଆଯିବ ବୋଲି ସରକାର କହିଛନ୍ତି । ତେବ ଏଠି ପ୍ରଶ୍ନ ଉଠୁଛି କି ସୋସିଆଲ ମିଡିଆରେ ମହିଳାମାନେ କେତେ ସୁରକ୍ଷିତ । ଅନ୍ୟପଟେ ଏହି ଗ୍ରିକ ଟେକନୋଲୋଜିର ଶିକାର ହେଉଛନ୍ତି ମହିଳାଙ୍କ ସମେତ ଶିଶୁ ଓ ସେଲିବ୍ରେଟିମାନେ । ଏଭଳି ପୋଷ୍ଟ ମହିଳାଙ୍କ ସମ୍ମାନ ପ୍ରତି ବଡ ବିପଦ ବୋଲି କହି କଡା ସମାଲୋଚନା କରାଯାଉଛି । ତେବେ ଆପଣମାନେ ମଧ୍ୟ ସୋସିଆଲ ମିଡିଆର ଏହି ଜାଲରୁ ଦୁରେଇ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ ।
