ସୁପର-୮ର ଗୁରୁତ୍ଵପୂର୍ଣ୍ଣ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ। ଓ୍ଵେଷ୍ଟଇଣ୍ଡିଜକୁ ୫ ଓ୍ଵିକେଟ୍ରେ ହରାଇ ଚତୁର୍ଥ ଦଳ ଭାବେ ଟି-୨୦ ବିଶ୍ଵକପ୍ ୨୦୨୬ର ସେମି ଫାଇନାଲରେ ପହଞ୍ଚିଛି। ଏହା ସହିତ ୨୦୧୬ ଟି-୨୦ ବିଶ୍ଵକପ୍ ସେମି ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ। ଇଣ୍ଡିଜ ଦ୍ଵାରା ଧାର୍ଯ୍ୟ ୧୯୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୯.୨ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରିଛି। ଏବେ ସେମିରେ ଭାରତ ଇଂଲଣ୍ଡ ସହ ମୁକାବିଲା କରିବ। ସଞ୍ଜୁ ସାମସନ ୯୭ ରନର ଐତିହାସିକ ଅପରାଜିତ ଇନିଂସ ଖେଳି ଭାରତ ବିଜୟରେ ହିରୋ ସାଜିଛନ୍ତି।
ସଞ୍ଜୁ ସାମସନଙ୍କ ଲଢୁଆ ଅର୍ଦ୍ଧଶତକୀୟ ଇନିଂସ ବଳରେ ଜିତିଲା ଇଣ୍ଡିଆ।
