ପଶ୍ଚିମବଙ୍ଗର ଅଭିନେତା ରାହୁଲ ବାନାର୍ଜୀଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ପାଇଁ ମୃତ ଅଭିନେତା ରାହୁଲଙ୍କ ପତ୍ନୀ ତାଳସାରୀ ଥାନାରେ ଅଭିଯୋଗ କରିଛନ୍ତି।ମୃତ ରାହୁଲଙ୍କ ପତ୍ନୀ ପ୍ରିୟଙ୍କା ଏବଂ ଅଭିନେତା ପ୍ରସନଜିତ ଚାଟାର୍ଜୀ ସହଯୋଗୀ ପୋଲିସ ଉପସ୍ଥିତିରେ ତାଳସାରୀ ମେରାଇନ ଥାନାରେ ଏତଲା ଦାୟର କରିଛନ୍ତି।ଏହି ମୃତ୍ୟୁ ପଛରେ କୈଣସି ଷଡଯନ୍ତ୍ର ଥିବା ସନ୍ଦେହ କରି ୫ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।ଗତ ମାର୍ଚ୍ଚ୨୯ତାରିଖ ଦିନ ତାଳସାରୀ ସମୁଦ୍ରରେ ସୁଟିଂ ବେଳେ ଚୋରା ବାଲିରେ ଫସି ଯାଇ ରାହୁଲ ଗୁରୁତର ହେବା ସହିତ ସ୍ଥାନୀୟ ମତ୍ସ୍ୟଜୀବୀ କର୍ମଚାରୀ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପଶ୍ଚିମବଙ୍ଗ ଦୀଘା ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଦୀଘା ମେରାଇନ ଥାନାରେ ଏକ ଅପମୃତ୍ୟୁ ମାମଲା ହେବା ସହିତ ଘଟଣାରେ ପୋଲିସ ତଦନ୍ତ କରୁଛି।
ସନ୍ଧେହ ଘେରରେ ପଶ୍ଚିମବଙ୍ଗର ଅଭିନେତା ରାହୁଲ ବାନାର୍ଜୀଙ୍କ ମୃତ୍ୟୁ
