କାରଣ ଅସ୍ପଷ୍ଟ , ତଦନ୍ତ କରୁଛି ପୋଲିସ
ଜଗତସିଂପୁର ଜିଲାର ବାଲିକୁଦା ଥାନା ଅଧିନ ରେ ଥିବା ବାହାରଣା ପଞ୍ଚାୟତ ରେ ଜନତା କୋଠି ଠାରୁ କପିଳା ତୋଟା ରାସ୍ତା ମଝିରେ ପଡି ରହିଚି ବିଜୟ କୁମାର ସ୍ୱାଇଁ (ଗୋରା) ର ମୃତ ଦେହ. ସୂଚନା ମୁତାବକ ବିଜୟ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି ବାହାରଣା ପଞ୍ଚାୟତ ର ତଳ କୁସୁମା ଗ୍ରାମର ବାଲିପାଟଣା ପଡ଼ା ରେ ତାଙ୍କ ଘର. ଗତକାଲି ବିଳମ୍ବିତ ରାତି ରେ ରାସ୍ତା ରେ ଯାଉଥିବା ବାଟୋଇ ବିଜୟ ଙ୍କ ମୃତ ଦେହ ରାସ୍ତା କଡ ରେ ପଡି ରହିଥିବା ର ଦେଖିବାକୁ ପାଇଥିଲେ ସଙ୍ଗେ ସଙ୍ଗେ ଏହି ଖବର କ୍ଷିପ୍ର ଗତି ରେ ଅଞ୍ଚଳରେ ବ୍ୟାପି ଯାଇଥିଲା. ପରେ ସ୍ଥାନୀୟ ଲୋକ ଜମା ହୋଇ ଯାଇଥିଲେ. ବାଲିକୁଦା ପୋଲିସ ଖବର ପାଇ ସେଠାରେ ପହଞ୍ଚି ମୃତ ଦେହ କୁ ଜବତ କରିବା ସହ ସନ୍ଦେହ ରେ ଚାରି ଜଣ ଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି. ସୂଚନା ଥାଉ କି ବିଜୟ ଙ୍କ ମୃତ ପରକିୟା ପ୍ରୀତିକୁ ନେଇ ହୋଇଥିବା ଯାହା ଅଞ୍ଚଳରେ ଗୁଞ୍ଜରଣ ହେଉଛି. ପ୍ରକୂତ ଘଟଣା ଇନକ୍ଵାରି ପରେ ସାମନା କୁ ଆସିବ
