ଖୁଣ୍ଟୁଣୀ ପୋଲିସ ର ବଡ଼ ସଫଳତା: ୫ ଜଣିଆ ଡକାୟତ ଗ୍ୟାଙ୍ଗ୍ କାବୁ, ଅସ୍ତ୍ରଶସ୍ତ୍ର ଓ ଗାଡ଼ି ଜବତ

କଟକ ଜିଲ୍ଲା ଖୁଣ୍ଟୁଣି ପୋଲିସକୁ ବଡ଼ ସଫଳତା ଦେଖିବାକୁ ମିଳିଛି। ଚୋରି କରିବା ପୂର୍ବରୁ ମାଡ଼ି ବସିଲା ଏକାବେଳେ ପାଞ୍ଚ ଜଣ ଡକାୟତ ଙ୍କୁ।ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲା ଖୁଣ୍ଟୁଣୀ ପୋଲିସ।ଘଣ୍ଟିଖାଲ ଦ୍ଵାରବତିପୁର ଅଞ୍ଚଳରେ ଡକାୟତି ଯୋଜନା ଚଳାଇଥିବା ୫ ଜଣିଆ କୁଖ୍ୟାତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଅତର୍କିତ ଚଢ଼ାଉ କରି ଗ୍ୟାଙ୍ଗର ସମସ୍ତ ୫ ସଦସ୍ୟଙ୍କୁ କାବୁ କରିଥିଲା। ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ସହ ୨ଟି ଚାରିଚକିଆ ଗାଡ଼ି ଜବତ କରାଯାଇଛି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗ୍ୟାଙ୍ଗ୍ କିଛିଦିନ ତଳେ ଖୁଣ୍ଟୁଣୀ ଇଲେକ୍ଟ୍ରିକ ଅଫିସରୁ ପ୍ରାୟ ୩ ଲକ୍ଷ ଟଙ୍କାର ବିଦ୍ୟୁତ୍ ତାର ଚୋରି କରିଥିଲା। କେବଳ ସେତିକି ନୁହେଁ, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ଚୋରି ଓ ଡକାୟତି ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ମାନେ ଆଠଗଡ ଏବଂ ଖୁଣ୍ଟୁଣି ଥାନା ଅଞ୍ଚଳ ର।

ଗିରଫ ଅଭିଯୁକ୍ତମାନେ ହେଲେ ଧନୁର୍ଜୟ ସାହୁ (୨୩), ପିତା- ନରୋତ୍ତମ ସାହୁ, ଗ୍ରାମ- ବନଖଣ୍ଡି, ଥାନା- ଆଠଗଡ, ଜିଲ୍ଲା- କଟକ; ମଧୁସୂଦନ ଖଟୁଆ (୧୯), ପିତା- ବାସୁଦେବ ଖଟୁଆ, ଗ୍ରାମ- ଟରସିଂହ, ଥାନା- ଆଠଗଡ, ଜିଲ୍ଲା- କଟକ; ସୂର୍ଯ୍ୟକାନ୍ତ ରାଉତ (୨୭), ପିତା- ସୁରେନ୍ଦ୍ର ରାଉତ, ଗ୍ରାମ- ସତ୍ୟନାରାୟଣପୁର, ଥାନା- ଖୁଣ୍ଟୁଣୀ, ଜିଲ୍ଲା- କଟକ; ପ୍ରମୋଦ ବେହେରା (୨୬), ପିତା- ବିମ୍ବାଧର ବେହେରା, ଗ୍ରାମ- ରାଗଡିପଡା, ଥାନା- ଖୁଣ୍ଟୁଣୀ, ଜିଲ୍ଲା- କଟକ ଏବଂ ମନୋଜ ଦେହୁରୀ (୨୬), ପିତା- ବଳରାମ ଦେହୁରୀ, ଗ୍ରାମ- ଡାଳୁଆ, ଥାନା- ଖୁଣ୍ଟୁଣୀ, ଜିଲ୍ଲା- କଟକ।

ସମସ୍ତ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତା (ବି.ଏନ୍.ଏସ୍)ର ଧାରା ୩୧୦(୪) ଓ ୩୧୦(୫) ଅନୁଯାୟୀ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଖୁଣ୍ଟୁଣୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *