ନୂଆଦିଲ୍ଲୀ: ହାଇଦ୍ରାବାଦର ଦମଦାର ବ୍ୟାଟିଂ । ବେଙ୍ଗାଲୁରୁ ଆଗରେ ରଖିଲା ରନର ୨୫୬ ବିଜୟ ଲକ୍ଷ୍ୟ । ୪ ଓ୍ବିକେଟ ବିନିମୟରେ ୨୫୫ ରନ କରିଛି SRH । ଦଳ ପକ୍ଷରୁ ଇଶାନ କିଷନ, କ୍ଲାସେନ ଏବଂ ଅଭିଷେକ ଶର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଦଳର ଦୁଇ ଓପନର ଅଭିଷେକ ଶର୍ମା ଏବଂ ଟ୍ରାଭିସ ହେଡ ଆରମ୍ଭରୁ ବିସ୍ଫୋରକ ପାଳି ଆରମ୍ଭ କରିଥିଲେ । ହେଡ ୧୬ ବଲରୁ ୨୬ ରନ କରିଥିବାବେଳେ ଅଭିଷେକ ଶର୍ମା ୨୨ ବଲରୁ ୫୬ ରନ କରିଛନ୍ତି ।
ସେପଟେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ଯିଏ ଆସିଲା ସିଏ ବେଙ୍ଗାଲୁରୁ ବୋଲରଙ୍କୁ ଧୂଲେଇ କରିଥିଲା । ଇଶାନ କିଷନ ୭୯ ରନ କରିଥିବାବେଳେ କ୍ଲାସେନ ୫୧ ରନ କରିଛନ୍ତି । ଏହାସହ ନୀତିଶ କୁମାର ରେଡ୍ଡି ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ସେ ୧୨ ବଲରୁ ୨୯ ରନ କରିଛନ୍ତି । ବେଙ୍ଗାଲୁରୁ ପକ୍ଷରୁ ରାସିଖ ୨ ଓ୍ବିକେଟ ନେଇଥିବାବେଳେ ସୂୟସ ଏବଂ କୃନାଲ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି
