ଗୁଡ଼ାରୀ ବ୍ଲକର ଦିମ୍ବିରିଗୁଡ଼ାରେ ଶିକ୍ଷକତା କରୁଥିବା କୃଷ୍ଣ ଚନ୍ଦ୍ର ସେନାପତିଙ୍କ ମୃତ୍ୟୁ ସମ୍ବନ୍ଧୀୟ ସୂଚନା ମିଳିଛି।
ସୂଚନା ଅନୁସାରେ, ସେ ପ୍ରାୟ ଆଠ ମାସ ଧରି ପକ୍ଷାଘାତ ଜନିତ ଅସୁସ୍ଥତାରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ପ୍ରାୟ ୧୧ଟା ସମୟରେ ମାନସିକ ସନ୍ତୁଳନ ହରାଇ କୂଅରେ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମା ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଏବଂ ପରିସ୍ଥିତି ସମ୍ପର୍କରେ ଅଧିକ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ଏହି ଘଟଣାରେ ଗୁଣୁପୁର ଓ ଗୁଡ଼ାରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
