ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ବିରୋଧୀ ଇଣ୍ଡିଆ ମେଣ୍ଟ ଚାହୁଁନଥିବା ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେଇ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରିବାକୁ ଚାହୁଁଥିବା ବେଳେ, ବିରୋଧୀ ଦଳଗୁଡ଼ିକ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଏହାକୁ ବିଫଳ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।

କଂଗ୍ରେସ ଦଳ ମହିଳାଙ୍କ ଉନ୍ନତି ଉପରେ ଦୃଷ୍ଟି ଦେଉ ନଥିବା ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ଏନେଇ ବୁଧବାର ଥୁଆମୂଳ ରାମପୁର ବ୍ଳକ ସଦରମହକୁମା ଠାରେ ବିଜେପି ଦଳ ପକ୍ଷରୁ ‘ଜନ ଆକ୍ରୋଶ ମହିଳା ରାଲି କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଦଳର ଶତାଧିକ ପୁରୁଷ ଓ ମହିଳା କର୍ମୀ ଯୋଗଦେଇଥିଲେ।

