ହେଲିକପ୍ଟର୍ ରୁ ଜାହାଜ ବିରୋଧୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ସଫଳତା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି-ସିପ୍ ମିସାଇଲର ସଫଳ ପରୀକ୍ଷଣ । DRDO ଓ ଭାରତୀୟ ନୌସେନାର ଯୁଗ୍ମ ଅଭିଯାନ । ବଙ୍ଗୋପସାଗର ଉପକୂଳରେ  ଗୋଟିଏ ହେଲିକପ୍ଟର୍‌ରୁ ଦୁଇଟି କ୍ଷେପଣାସ୍ତ୍ର ଉକ୍ଷେପଣ  କରାଯାଇଥିଲା। ଚାନ୍ଦିପୁର  ଆଇଟିଆର୍ ଦ୍ଵାରା ନିୟୋଜିତ ବିଭିନ୍ନ ଟ୍ରାକିଂ ଉପକରଣ ବ୍ୟବହାର କରି ଏହି ପରୀକ୍ଷଣ ସଫଳ ହୋଇଛି ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ସଫଳତା ପାଇଁ ଡିଆର୍‌ଡିଓ, ଭାରତୀୟ ନୌସେନା,ଭାରତୀୟ ବାୟୁସେନା ଏବଂ ଅଂଶୀଦାରମାନଙ୍କୁ ପ୍ରଶଂସା କରିଛନ୍ତି । ସେହିପରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆର୍‌ଡିଓର ନୌସେନା ଜାହାଜ ବିରୋଧୀ କ୍ଷେପଣାସ୍ତ୍ର-ସର୍ଟ ରେଞ୍ଜ ର ପ୍ରଥମ ସାଲ୍‌ ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ସଫଳ ସାଲ୍‌ଭୋ ପରୀକ୍ଷଣରେ ସଂପୃକ୍ତ ଟିମକୁ ଅଭିନନ୍ଦନ ଜଣାଇଛନ୍ତି। କ୍ଷେପଣାସ୍ତ୍ର-ସର୍ଟ ରେଞ୍ଜର ସାଲ୍‌ର ବିକାଶ ପ୍ରତିରକ୍ଷା ବାହିନୀର କ୍ଷମତାକୁ ବହୁ ପରିମାଣରେ ବୃଦ୍ଧି କରିବ ବୋଲି ମନ୍ତ୍ରୀ ଶ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *