ଗୋମାଫିଆଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା ଓ ସୁନାଗହଣା

ଉତ୍ତର ଓଡ଼ିଶାର ୩ ଜିଲ୍ଲାରେ ବେଆଇନ ଗୋ ଚାଲାଣ ବିରୋଧରେ  ପୋଲିସର ବଡ କାର୍ଯ୍ୟାନୁଷ୍ଠାନ। ପୂର୍ବାଞ୍ଚଳ ରେଞ୍ଜର ତିନୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବେଆଇନ ଗୋ-ଚାଲାଣ ଓ ଗୋ-ତସ୍କରୀ ବିରୋଧରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ମୋଟ ୩୨ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। ଏହି ଅପରେସନରେ ୧୮ ପ୍ଲାଟୁନ ଫୋର୍ସ, ୮ ଜଣ ଅତିରିକ୍ତ ଏସପି, ୧୭ ଜଣ ଡିଏସପି, ୨୫ ଜଣ ଇନ୍ସପେକ୍ଟର, ୬୭ ଜଣ ଏସଆଇ, ଏଏସଆଇ ସାମିଲ ହୋଇଥିଲେ। ୫୦ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ। ବହୁ ପରିମାଣର ସୁନା ଓ ରୁପା ଅଳଙ୍କାର। ଗୋ-ଚାଲାଣରେ ବ୍ୟବହୃତ ଅନେକ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି, ଅନେକ ସ୍ଥାନରୁ ମାରଣାସ୍ତ୍ର କରାଯାଇଛି। ଏହି ଚଢାଉ ସମୟରେ ଭଦ୍ରକରୁ ୬ ଜଣ, ବାଲେଶ୍ୱରରୁ ୪ ଜଣ ଓ  ମୟୂରଭଞ୍ଜରୁ ୪ରୁ ଅଧିକ ଅଭିଯୁକ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଏନେଇ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର କହିଛନ୍ତି ଅପରେସନ ଶେଷ ହେବା ପରେ ଜବତ ହୋଇଥିବା ସାମଗ୍ରୀର ସମ୍ପୂର୍ଣ୍ଣ ତାଲିକା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *