ପଶ୍ଚିମ ବଙ୍ଗ ରାଜନୀତି କୁ ନେଇ ବଡ଼ କଥା କହିଲେ ମହାପ୍ରଭୁ ଜଗନ୍ନାଥ ଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର | ପଶ୍ଚିମବଙ୍ଗ ରେ ଏଥର ମମତା ଙ୍କ ସରକାର ବଦଳିବ ବୋଲି କହିଲେ ମହାପ୍ରଭୁ ଜଗନ୍ନାଥ ଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର |ପୁରୀ କୁ ପଶ୍ଚିମ ବଙ୍ଗ ର ଅନେକ ଭକ୍ତ ଆସୁଛନ୍ତି, ପଶ୍ଚିମବଙ୍ଗ ରେ ପରିବର୍ତନ ଚାହୁଁଥିବା ସେମାନେ କହୁଛନ୍ତି | ଯେତେବେଳେ ଗୋଟେ ସରକାର ଅନେକ ବର୍ଷ ରହିଲେ ଲୋକେ ପରିବର୍ତନ ଚାହାଁନ୍ତି | ଦିଘା ଜଗନ୍ନାଥ ମନ୍ଦିର ରେ ପଥର ର ଚତୁର୍ଦ୍ଧା ବିଗ୍ରହ ସ୍ଥାପନ ପାଇଁ ମମତା ବାନାର୍ଜୀ ଙ୍କୁ ବାରମ୍ବାର ମନା କରିଥିଲେ ଏହା ରାଜ୍ୟ ଓ ମମତା ଙ୍କ ପାଇଁ ଖରାପ ବୋଲି କହିଥିଲେ | ଦାରୁ ବିଗ୍ରହ ମନ୍ଦିର ରେ ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ କିନ୍ତୁ ସେ ଏହା ମାନିନଥିଲେ ବୋଲି କହିଛନ୍ତି ମହାପ୍ରଭୁ ଜଗନ୍ନାଥ ଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର |
