ରାୟାଗଡା ଜିଲ୍ଲାରେ ଆଉଥରେ ଚଞ୍ଚଳକର ଡକାୟତି। ଅମ୍ବାଦଳା ଥାନା ଅଧୀନ ହାଟ ଦହିଖାଲ ଗ୍ରାମରେ ଜଣେ ବ୍ୟବସାୟୀଙ୍କ ଘରକୁ ଲକ୍ଷ୍ୟ କରି ମଧ୍ୟରାତ୍ରିରେ ଡକାୟତମାନେ ଆକ୍ରମଣ କରିଛନ୍ତି। ପରିବାରକୁ ଭୟଭୀତ କରି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଇଥିବା ସୂଚନା ମିଳିଛି।ବିଳମ୍ବିତ ରାତିରେ ହାଟ ଦହିଖାଲ ଗ୍ରାମର ବ୍ୟବସାୟୀ ଅଜିତ ସାହୁକାରଙ୍କ ଘରକୁ ପ୍ରାୟ ୬ ଜଣ ଡକାୟତ ଘର ଭିତରେ ପଶିଥିଲେ
ମୁହଁରେ ମାସ୍କ ଓ ହାତରେ ଗ୍ଲୋଭ୍ସ ପିନ୍ଧିଥିବା ଡକାୟତମାନେ ପ୍ରଥମେ ଘରର ଗ୍ରିଲ ଭାଙ୍ଗି ଭିତରକୁ ପଶିଥିଲେ।
ପରେ ପରିବାର ସଦସ୍ୟଙ୍କୁ ବେକରେ କାତି ଲଗାଇ ଭୟଭୀତ କରିଥିଲେ।
“ଜୀବନରେ ମାରିଦେବୁ” ବୋଲି ଧମକ ଦେଇ ଗଦରେଜ ଭାଙ୍ଗି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟିନେଇଥିଲେ।
ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି।
ଘଟଣା ସମ୍ପର୍କରେ ଖବର ପାଇ ଅମ୍ବାଦଳା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଡକାୟତମାନଙ୍କୁ ଧରିବା ପାଇଁ ଖୋଜଖବର ଜାରି ରହିଛି।
ଏହି ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ପୋଲିସ କେବେ ଡକାୟତମାନଙ୍କୁ ଧରିପାରିବ, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।
