ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ-2.0

ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ-2.0: ଗୃହ ଏବଂ ନଗର ଉନ୍ନୟନ ବିଭାଗ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨ -0 ସ୍ୱତନ୍ତ୍ର କାର୍ଯ୍ୟାଦେଶ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି,ଏହା ସହିତ କୋଟପାଡ଼ ଅଞ୍ଚଳରେ ଦୁଇଟି କଲ୍ୟାଣ ମଣ୍ଡପ ଉଦ୍ଧଘାଟନ ହୋଇଯାଇଛି, ଦେଶର ସହରାଞ୍ଚଳରେ ବାସ କରୁଥିବା ଯୋଗ୍ୟ ହିତାଧିକାରୀ ଓ ନିମ୍ନ ଆୟ ପରିବାରଙ୍କୁ ମୁଣ୍ଡ ଉପରେ ପକା ଛାତ ଗଢ଼ିତୋଳିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ। ଏହି ସତେଚନତା  ଶିବିରରେ କୋଟପାଡ଼ ଏନ.ଏ.ସି ର ସମସ୍ତ ୧୩ ଗୋଟି ୱାର୍ଡର ଉପଯୁକ୍ତ ହିତାଧିକାରୀ  ମାନଙ୍କୁ କୋଟପାଡ଼ ବିଧାୟକ ରୁପୁ ଭତରାଙ୍କ କରକମଳରେ ପ୍ରଦାନ କରାଯାଇଥିଲା, ବିଧାୟକ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଏହି ପରି ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିବା ସହିତ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇବା ସହିତ ଗୃହ ଶୀଘ୍ର ନିର୍ମିତ କରି ବନଷ ପାଇପାରିବେ ବୋଲି ପ୍ରକାଶ କରିଥିଲେ,ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନା କରିଥିବାର ବୈଠକରେ ପ୍ରକାଶ କରିଥିଲେ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀ ଜନସାଧାରଣ ମାନେ ଏହି ଯୋଜନାରେ ଲାଭ ପ୍ରାପ୍ତ ହେବେ ବୋଲି କହିଥିଲେ, ଆଜିର ଏହି କାର୍ଯ୍ୟକ୍ରମରେ କୋଟପାଡ଼ ବିଧାୟକ ରୁପୁ ଭତରା,ସାଂସଦ ପ୍ରତିନିଧି ପ୍ରଦୀପ ରଥ ,ଅଧ୍ୟକ୍ଷ ଏମ ଶଙ୍କର ରାଓ,ଇଓ କମଲେଶ ମହାନ୍ତ,ଉପାଦକ୍ଷ ଏମ ସନ୍ତୋଷୀ,ବିଧାୟକ ପ୍ରତିନିଧି ବିନାୟକ ଆଚାର୍ଯ୍ୟ, ସମସ୍ତ ୱାର୍ଡ ମେମ୍ବର,ସମସ୍ତ ସ୍ଵଚ୍ଚ ସାଥି,କୋଟପାଡ଼ ଏନଏ ସି ର ସମସ୍ତ କର୍ମଚାରୀ ମାନଙ୍କ ସହିତ କୋଟପାଡ଼ ବିଜେପିର ସମସ୍ତ କର୍ମୀ ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ .ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ-2.0

Leave a Reply

Your email address will not be published. Required fields are marked *