ପ୍ରେମିକର ନିର୍ଯ୍ୟାତନା ସହି ନ ପାରି ଛାତ୍ରୀ ଙ୍କ ଆତ୍ମହତ୍ୟା

ପ୍ରେମିକର ନିର୍ଯ୍ୟାତନା ସହି ନ ପାରି ବେକରେ ରସି ଲଗାଇ ଛାତ୍ରୀ ଙ୍କ ଆତ୍ମହତ୍ୟା। ନ୍ୟାୟ ପାଇଁ କୋରାପୁଟ ଟାଉନ ଥାନା ର ଦ୍ଵାରସ୍ଥ ହୋଇଛନ୍ତି ପରିବାର ଲୋକେ। ପରିବାର ଲୋକ ଙ୍କ ଅଭିଯୋଗ ଅନୁସାରେ କୋରାପୁଟ ସଦର ମହକୁମା ପିତେଇ ଗ୍ରାମର ପ୍ରଫୁଲ୍ଲ ଖେମୁଣ୍ଡୁ ଙ୍କ ଝିଅ ଗାୟତ୍ରୀ ଖେମୁଣ୍ଡୁ ସୁନାପୁର  ଜେଜେ ମା ଙ୍କ ଘରେ ରହି ସେମିଳିଗୁଡା କଲେଜ ରେ +3 ଦ୍ୱିତୀୟ ବର୍ଷ ରେ ପାଠ ପଢୁଥିଲେ। ଦାମନଯୋଡି ସ୍ଥିତ ମାଥାଲପୁଟ ଅଞ୍ଚଳ ର ଜଣେ ଯୁବକ ତାଙ୍କୁ ଭଲ ପାଉଥିଲେ। ଅନେକ ସମୟ ରେ କଲେଜ ଯିବା ବାଟରେ ରେ ସାକ୍ଷାତ କରୁଥିଲେ। ଛାତ୍ରୀ ଙ୍କ ସହିତ କଥା ହେବା ପାଇଁ ସେ ଏକ ମୋବାଇଲ ମଧ୍ୟ ଦେଇଥିଲେ।

କିଛି କଥା କୁ ନେଇ ଦୁଇ ଜଣଙ୍କ ଭିତରେ ମତାନ୍ତର ଲାଗି ରହୁଥିଲା। ଗତକାଲି ସନ୍ଧ୍ୟାରେ ପ୍ରେମିକ ଜଣଙ୍କ ଛାତ୍ରୀ ରହୁଥିବା ଜେଜେ ମା ଙ୍କ ଘରକୁ ଯାଇ ଛାତ୍ରୀ ଙ୍କୁ ମାଡ଼ ମାରିଥିଲେ। ଆଜି ଛାତ୍ରୀ ଙ୍କ  ବାପା ମୋବାଇଲ ସଜାଡ଼ିବା ପାଇଁ କୋରାପୁଟ ଆସିଥିବା ବେଳେ ଝିଅ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି। ପୁଅ ର ନିର୍ଯ୍ୟାତନା ସହି ନ ପାରି ଝିଅ ଆତ୍ମହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *