ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ନୀତିକାନ୍ତି ରେ ଘୋର ବିଭ୍ରାଟ. ଫଳ ସ୍ୱରୂପ ରାତ୍ର 10ଘଟିକା 30ମିନିଟ ବଦଳରେ ମଧ୍ୟ ରାତ୍ର 1.10ରେ ଶେଷ ଧୂପ ସହ ବାଟୁଳା ନିତି ସରି ଶେଷ ପହୁଡ଼ ପଡିଲା. ତିନିଦିନ ହେଲାଣି ନୀତିକାନ୍ତି ରେ ଘୋର ବିଳମ୍ବ ହେବା ସହ ଘଣ୍ଟା ଘଣ୍ଟା ଧରି ଠାକୁରଙ୍କୁ ଓପାସ ରଖୁଛନ୍ତି ସେବାୟତ ମାନେ ହେଲେ ମନ୍ଦିର ପ୍ରଶାସନ ଚୁପ ବସିଛି. କୋଟି କୋଟି ଭକ୍ତଙ୍କର ମଉଡମଣୀ ବାବାମଣିଙ୍କ ସହ ସେବାୟତମାନ ଖେଳ ଖେଳୁଥିବାର ଅଭିଯୋଗ ହୋଇଛି. ତେବେ ରାତ୍ର ସମୟରେ ନିର୍ଦ୍ଧିଷ୍ଟ କିଛି ସେବାୟତ ବିଳମ୍ବରେ ଠାକୁରଙ୍କୁ ବେଲପତ୍ର ଅର୍ପଣ କରୁଥୁବାରୁ ଏପରି ବିଭ୍ରାଟ ଘଟୁଥୁବା ବାଟୁଳା ପୂଜକ କହିଛନ୍ତି. ଅନ୍ୟପଟେ ପାଳିଆ ସେବକ ତାର ଦାଇତ୍ୱ ସଠିକ ଭାବେ କରିନଥିବାରୁ ଠାକୁରଙ୍କ ଶେଷ ଧୂପ ରେ ଅହେତୁକ ବିଳମ୍ବ ହେଲା ବୋଲି ଜାଣିବାକୁ ମିଳିଛି. ଅନ୍ୟପଟେ ମନ୍ଦିର କର୍ମଚାରୀ କହିଛନ୍ତି ବଟୁଳା ପୂଜକ ଆସିବା ବିଳମ୍ବ ହେବାରୁ ଏମିତି ଘଟିଲା. ମନ୍ଦିର ପ୍ରଶାସନ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି.
ବାବା ଆଖଣ୍ଡଳମଣି ଙ୍କ ନୀତି ବିଳମ୍ବ ….
