କଳାହାଣ୍ଡି ଜିଲ୍ଲା କରଲାମୁଣ୍ଡା ବ୍ଲକରୁ ଆସିଛି ଏଭଲି ଏକ ଚମତ୍କାର ଓ ଚିନ୍ତାଜନକ ଚିତ୍ର । ସରକାରୀ ତେଲରେ ଚାଲୁଛି ଗାଡି ହେଲେ କିପରି ହେଉଛି ବ୍ୟକ୍ତିଗତ କାମରେ ବ୍ୟବହାର ? “ଏହା ହେଉଛି କରଲାମୁଣ୍ଡା CDPO କାର୍ଯ୍ୟାଳୟରେ ଲାଗିଥିବା ଗାଡି । ଓଡି 08 ଭି 5024 ନମ୍ବର ବିଶିଷ୍ଟ ଏହି ଧଳା ବୋଲେରୋ, ଯେଉଁ ଗାଡି ର ମାଲିକ ହେଉଛନ୍ତି ତେଜରାଜ ସାହୁ । କିନ୍ତୁ ଅଭିଯୋଗ ହେଉଛି ଯେ ଏହି ଗାଡି ଟି ଅଫିସ ଡ୍ୟୁଟି ଛାଡି ପ୍ରାୟତଃ ପ୍ରାଇଭେଟ କାମରେ ବ୍ୟବହୃତ ହେଉଛି।
କରଲାମୁଣ୍ଡା ବ୍ଲକର ରେଗେଡା ଆଦର୍ଶ ବିଦ୍ୟାଳୟରେ ଏହି ଗାଡି ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଛି।
ଏତିକି ନୁହେଁ, ଦୀର୍ଘ ସମୟ ଧରି ଏହି ଗାଡି ବିଦ୍ୟାଳୟ ବାହାରେ ରହୁଥିବା ଦେଖାଯାଉଛି।

ଏ ସମ୍ବନ୍ଧରେ ଆମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିବାରୁ :- “ଏ ସମ୍ବନ୍ଧରେ ଆମ ପାଖରେ କୌଣସି ସୂଚନା ନ ଥିଲା, ଆମେ ଡ୍ରାଇବର କୁ ଡାକି କହିବା ସହ cdpo ଙ୍କୁ ମଧ୍ୟ ଏ ସମ୍ବନ୍ଧରେ ଅବଗତ କରେଇବୁ ବୋଲି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି । “ଏହି ଘଟଣା ସମ୍ବନ୍ଧରେ Cdpo କଳ୍ପଲତା ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି—” “ମୋର ଅଜାଣତରେ ଏଭଲି କାମ ଚାଲିଛି । ଏ ବିଷୟରେ ମୋତେ କିଛି ଜଣା ନାହିଁ ବୋଲି cdpo କହିଛନ୍ତି ।”
“ସରକାରୀ ଗାଡିର ଏପରି ବ୍ୟବହାର ନିୟମ ଉଲ୍ଲଂଘନ କି ନୁହେଁ ବର୍ତମାନ ଏହାକୁ ନେଇ ଉଠିଛି ପ୍ରଶ୍ନ ?
ଏହା ଉପରେ ପ୍ରଶାସନ କେବେ ନେବ କାର୍ଯ୍ୟନୁଷ୍ଠାନ ଏବଂ ଏଭଳି ଲୋକଙ୍କ ଏଗ୍ରିମେଣ୍ଟ କୁ ବାତିଲ କରିବ , ତାହା ହିଁ ଦେଖିବାକୁ ବାକି ରହିଲା।
