ଗଣିଆ ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟ ଅଧକ୍ଷାଙ୍କ ଅନୁଶାସନକୁ କର୍ମଚାରୀଙ୍କ ବିରୋଧ

              ୭ଦିନ ଧରି ଫାଟକ ସମ୍ମୁଖରେ ଆସନ୍ତୋଷ କର୍ମଚାରୀଙ୍କ ଧାରଣା

                ନୀରପେକ୍ଷ ତଦନ୍ତ ହେଲେ ସତ ଜଣାପଡିବ – ଅଧକ୍ଷା

ନୟାଗଡ ଜିଲ୍ଲା ଗଣିଆସ୍ଥିତ ରଘୁନାଥଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କିଛି କର୍ମଚାରୀ ଅଧକ୍ଷାଙ୍କ ଅନୁଶାସନ ପାଇଁ  ଗତ କିଛି ଦିନ ଧରି ବିରୋଧ କରିଆସୁଥିବା ଦେଖାଯାଇଛି । ଅନୁଶାସନକୁ ବିରୋଧ କରି  ଉଚ୍ଚ ବିଦ୍ୟାଳୟର ୧୨ଜଣ କର୍ମଚାରୀ ଗତ ୭ଦନ ଧରି କଲେଜ ଫାଟକ ସମ୍ମୁଖରେ ପ୍ରତିବାଦ ଜାରି ରଖିଛନ୍ତି । କର୍ମଚାରୀମାନେ ଗ୍ରୀଷ୍ମ ଅବକାଶ ୨ଦିନ ପୂର୍ବରୁ ଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀଙ୍କୁ ଚିଠି ଯୋଗେ ଜଣାଇ ଅଧକ୍ଷାଙ୍କ ବଦଳି ଦାବୀ ନେଇ ଅନିର୍ଦ୍ଦିଷ୍ଟ ପାଇଁ ଧାରଣାରେ ବସିବା ପାଇଁ ନିଷ୍ପତି ନେଇଥିବା ଜଣାଇଛନ୍ତି । ସୂଚନାଯୋଗ୍ୟ ଗତ ୨ବର୍ଷ ତଳେ ଭାରପ୍ରାପ୍ତ ଅଧକ୍ଷା ଦାୟିତ୍ୱ ନେଇଥିବା ଶ୍ରୀମତି ସଲୀଳା ସେଠୀଙ୍କ ସରକାରଙ୍କ ଶିକ୍ଷା ବିଭାଗ ନିର୍ଦେଶାନୁଯାୟୀ ବିଦ୍ୟାଳୟ ପରିଚାଳନା କରୁଥିବା ବେଳେ କେତେକ କର୍ମଚାରୀଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହୋଇଥିଲା । ଅସନ୍ତୋଷ କର୍ମଚାରୀମାନଙ୍କ ସହମତିରେ ଅଧକ୍ଷା କାର୍ଯ୍ୟ କରୁନଥିବାରୁ ଏଭଳି ପ୍ରତିବାଦ କରାଯାଉଥିବା ମଧ୍ୟ ସ୍ଫଷ୍ଟ ବାରିହୋଇପଡୁଥିବା ଦେଖାଯାଇଛି । ତେବେ ଅଧକ୍ଷା ଭାବେ ଶ୍ରୀମତି ସେଠି ଦାୟିତ୍ୱ ନେବା ପର ଠାରୁ ଉଚ୍ଚ ବିଦ୍ୟାଳୟରେ ବିଭନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇଆସୁଥିବା ବେଳେ ସ୍ୱାର୍ଥରେ ବାଧା ସୃଷ୍ଟି ହେଉଥିବା ବ୍ୟକ୍ତିମାନେ ଏହାକୁ ବିରୋଧ କରିଆସୁଥିବା ସାଧରଣରେ ଚର୍ଚ୍ଚା ହେଉଅଛି । ଏପରିକି ଗତ କିଛି ଦିନ ତଳେ ଏହି ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଯୁକ୍ତ ୩ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଉଚ୍ଚ ବିଦ୍ୟାଳୟର ଲାଇବ୍ରେରୀ ରୁମ ଚାବି, ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବରୁ ଚାଲୁଥିବା ପୁରାତନ ଡିଗ୍ରୀ ମହାବଦ୍ୟାଳୟ ଅଫିସ ଗୃହ ଚାବି ଉଚ୍ଚ ବିଦ୍ୟାଳୟର ଅଧକ୍ଷାଙ୍କୁ ମାଗିଥିଲେ । ଉଚ୍ଚ ବିଦ୍ୟାଳୟର ଅଧକ୍ଷା ଚାବି ନଦେବାରୁ ସଂପୃକ୍ତ ଡିଗ୍ରୀ ମହାବିଦ୍ୟାଳୟ ଅଧକ୍ଷ ଉଚ୍ଚ ବିଦ୍ୟାଳୟ ଅସନ୍ତୋଷ ପ୍ରକାଶ କରିଥିବା କର୍ମଚାରୀଙ୍କସହ ମିଶି ଡିଗ୍ରୀ ମହାବଦ୍ୟାଳୟର ଛାତ୍ରୀଛାତ୍ର ଓ କର୍ମଚାରୀଙ୍କୁ ନେଇ ଗତ ୪ ତାରିଖରେ ଧାରଣାରେ ବସିଥିବା ଅସନ୍ତୋଷ କର୍ମଚାରୀଙ୍କ ସହ ସାମିଲ କରାଇଥିଲେ । ତେବେ ଡିଗ୍ରୀ ମହାବିଦ୍ୟାଳୟର ନୂତନ କାର୍ଯ୍ୟାଳୟ, ଶ୍ରେଣୀଗୃହ ଆଦି ଥିବାବେଳେ ଗତ କିଛ ଦନ ତଳେ ଡିଗ୍ରୀ ମହାବିଦ୍ୟାଳୟ ଦାୟିତ୍ୱ ନେଇଥିବା ଭାରପ୍ରାପ୍ତ ଅଧକ୍ଷ ଆକ୍ରୋଶମୂଳକ ଭାବେ ଉଚ୍ଚ ବିଦ୍ୟାଳୟ ଅଧକ୍ଷାଙ୍କ ବିରୋଧରେ ଛାତ୍ରୀଛାତ୍ରମାନଙ୍କୁ ଧାରଣାସ୍ଥଳକୁ ଛାଡିବା ଘଟଣା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଅଛି । ଏ ସମ୍ପର୍କରେ ଉଚ୍ଚ ବିଦ୍ୟାଳୟ ଅଧକ୍ଷା ଶ୍ରୀମତି ସେଠିଙ୍କୁ ପଚାରିବାରୁ ସରକାରଙ୍କ  ନିର୍ଦେଶ ଅନୁଯାୟୀ ଉଚ୍ଚ ବିଦ୍ୟାଳୟ ପରିଚାଳନା କାର୍ଯ୍ୟ କରିଆସୁଅଛି । ଅସନ୍ତୋଷ ପ୍ରକାଶ କରି ଧାରଣାରତ କର୍ମଚାରୀଙ୍କ ଅଭିଯୋଗ ସହ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *