ଚୋରି ହେଉ କି ହଜିଯାଇଥିବା ମୋବାଇଲ
ପୁଣି ମାଲିକଙ୍କ ହାତକୁ ଫେରିଲା ମୋବାଇଲ ଫୋନ୍। ଝାରସୁଗୁଡ଼ା ପୋଲିସ ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ମୋବାଇଲ ହସ୍ତାନ୍ତର ମେଳା। ସାଇବର ସେଲ୍ ସହାୟତାରେ ଉଦ୍ଧାର ହୋଇଥିବା ୬୬ଟି ମୋବାଇଲ ଫୋନ୍ ମାଲିକଙ୍କୁ ଫେରାଇ ଦିଆଯାଇଛି।
ଝାରସୁଗୁଡ଼ା ପୋଲିସର ପ୍ରୟାସରେ ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଫୋନ୍ ପୁଣି ଫେରିଛି ମାଲିକଙ୍କ ହାତକୁ। ଏହି ଅବସରରେ ଆଜି ଝାରସୁଗୁଡ଼ା ଠାରେ ପୋଲିସ ପକ୍ଷରୁ ଏକ “ମୋବାଇଲ ହସ୍ତାନ୍ତର ମେଳା” ଅନୁଷ୍ଠିତ ହୋଇଥିଲା।
ଝାରସୁଗୁଡ଼ା ସାଇବର ସେଲ୍ ର ସହଯୋଗରେ ପୋଲିସ ନିୟମିତ ଟେକ୍ନିକାଲ ଟ୍ରାକିଂ କରି ବିଭିନ୍ନ ସ୍ଥାନରୁ ମୋବାଇଲ ଫୋନ ଉଦ୍ଧାର କରିଥିଲା। ପରେ ସମୁଦାୟ ୬୬ଟି ମୋବାଇଲ ଫୋନ୍ ତାହାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା।
ଏଥିମଧ୍ୟରୁ ସର୍ବାଧିକ ୧୫ଟି ମୋବାଇଲ ଝାରସୁଗୁଡ଼ା ଟାଉନ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ମେଳାରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ମୋବାଇଲ ଫୋନ୍ ଗୁଡ଼ିକୁ ଲୋକଙ୍କ ହାତରେ ଫେରାଇ ଦେଇଥିଲେ।
ମୋବାଇଲ ଫେରିପାଇ ଲୋକମାନେ ଖୁସି ପ୍ରକାଶ କରିଥିବା ବେଳେ, ଏହାକୁ ପୋଲିସର ଏକ ସଫଳ ପଦକ୍ଷେପ ଭାବେ ସ୍ୱାଗତ କରିଛନ୍ତି ଜନତା .