ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ବିଜେଡିର କଡ଼ା ଆଭିମୁଖ୍ୟ। ଏନେଇ କଟକ ଲିଙ୍କ ରୋଡ଼ ସ୍ଥିତ ଗ୍ରାଣ୍ଡ ରେସିଡେନ୍ସି ଠାରେ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଚେତାବନୀ ଦେଇଛନ୍ତି ବିରୋଧୀ ବିଜୁ ଜନତା ଦଳର ତୁଙ୍ଗ ନେତା। ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ, କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ସିଂ, ମହିଳା ସଭାନେତ୍ରୀ ଅନିତା ବେହେରା, ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ ପ୍ରମୁଖ ବରିଷ୍ଠ ବିଜେଡି ନେତାମାନେ ଟାର୍ଗେଟ କରିଛନ୍ତି ମୋହନ ମାଝୀ ଙ୍କ ଡବଲ ଇଂଜିନ ସରକାରକୁ। ବିଶେଷକରି ବାଲିଅନ୍ତା ର ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମବ୍ ଲିଚିଂ ହତ୍ୟା ଘଟଣାକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ସେହିପରି ନୟାଗଡ଼ ର ହିଂସା, ବ୍ରହ୍ମଗିରି ଓ ହିଞ୍ଜିଳିର ର ଶିଶୁ ନିର୍ଯ୍ୟାତନା ମାମଲା ଠାରୁ ଆରମ୍ଭ କରି ଢେଙ୍କାନାଳ ର ମହିଳା ଦୁଷ୍କର୍ମ, ନୟାଗଡ଼ ର ପଥର ମାଫିଆଙ୍କ ଦୌରାତ୍ମ୍ୟ ଇତ୍ୟାଦି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି, ବିଗିଡି ଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ, ଆସନ୍ତା ମେ-୧୪ ତାରିଖ ରେ କଟକ ପୋଲିସ ମୁଖ୍ୟାଳୟ ବା ଡିଜି ଅଫିସ୍ ଘେରାଉ କରାଯିବାର ଚେତାବନୀ ଦେଇଛି ବିରୋଧୀ ବିଜେଡି।
କଟକରେ ବିଜେଡି ର ପ୍ରେସମିଟ
