୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ର ମୋହର। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କୋର୍ଟରେ ମହିଳା ଗ୍ରୁପ୍-ଡି କର୍ମଚାରୀ ଜୁନିଅର୍ କ୍ଲର୍କ୍ ହୋଇପାରିବେ। ନିୟମିତ ହେବ କୋର୍ଟ ମ୍ୟାନେଜର ପଦବୀ।
କ୍ୟାବିନେଟ୍ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ
-୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ
-କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ସଚିବ
-ଆଇନ ବିଭାଗର ୩୫୮ଟି ଆମେଣ୍ଡମେଣ୍ଟ ଆକ୍ଟ ଉଚ୍ଛେଦ
-ଲ’ କମିଶନଙ୍କ ରିପୋର୍ଟ ଆଧାରରେ ଉଚ୍ଛେଦ
-ଜିଲ୍ଲା ଏବଂ ସିଭିଲ୍ କୋର୍ଟ ଅଣ-ନ୍ୟାୟିକ କର୍ମଚାରୀ ସେବା ନିୟମ ସଂଶୋଧନ
-HC ଓ ଜିଲ୍ଲା କୋର୍ଟ ମ୍ୟାନେଜରଙ୍କ ସେବାକୁ ନିୟମିତକରଣ ପାଇଁ ନୂଆ ବ୍ୟବସ୍ଥା
