କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଥିବା ମୃତ୍ୟକଙ୍କ ପରିବାର କୁ ସ୍ଥାଇ ନିଯୁକ୍ତି ଦେବ କହି ଠକୁଛି ଫେରୋକ୍ରୋମ

ଯାଜପୁର ଜିଲ୍ଲା ବ୍ୟାସନଗର ଅନ୍ତର୍ଗତ ୨୦୦୯ ମସିହା ପୂର୍ବରୁ ଫେରୋକ୍ରୋମ କାରଖାନା ରେ କାଯ୍ୟକରୁଥିବା ସମୟରେ ୨୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା,ଏବଂ କମ୍ପାନୀ ତାଙ୍କୁ ପ୍ରତିଶୃତି ଦେଇଥିଲା କି ମୃତ୍ୟକଙ୍କ ପରିବାର ରୁ ଜଣଙ୍କୁ ସ୍ଥାଇ ନିଯୁକ୍ତି ଦେବବୋଲି ୦୫.୦୯.୨୦୦୯ ମସିହା ରେ ଚିଠି ଦେଇଥିଲେ । ଏହିଘଟଣା କିଛିଦିନ ବିତିଯିବା ପରେ ୦୬.୦୬.୨୦୧୨ ମସିହାରେ କମ୍ପାନୀ ସହ ଗୋଟେ ଏଗ୍ରିମେଣ୍ଟ ହୋଇଥିଲା ଯେ ୨୦୧୨ ମସିହା ଡ଼ିସେମ୍ବର ମାସ ଭିତରେ ଚାକିରୀ ଦେବେବୋଲି । ହେଲେ ଫେରୋକ୍ରୋମ ତାଙ୍କୁ ଠକି ଠକି ଚାଲିଲା ସେମାନେ ବାରମ୍ବାର କମ୍ପାନୀ ସାମ୍ନାକୁ ଆସିବାରୁ ସେମାନଙ୍କୁ ୧୦.୦୭.୨୦୧୭ ମସିହାରେ ଠିକା ଶ୍ରମିକ ହିସାବରେ କମ୍ପାନୀ ନିଯୁକ୍ତି ଦେଇଥିଲା ।

ହେଲେ ପୁଣି କିଛି ଦିନ ବିତିଯିବା ପରେ ଫେରୋକ୍ରୋମ ର କତୃପକ୍ଷ କହିଥିଲେ କି ଫେରୋକ୍ରୋମ କମ୍ପାନୀ କୁ omc ନେଇଯିବ ବୋଲି , ସେମାନଙ୍କୁ ମିଛ ଶାନ୍ତନା ଦିଆଗଲା କି omc ନେଲାପରେ ତମ ଚାକିରୀ ପକ୍କା କହି ସବୁ ପିଲାଙ୍କୁ ୩୧.୧୧.୨୦୨୨ ମସିହାରେ ବାହାର କରିଥିଲେ  ।  ଦିନ ପରେ ଦିନ ବିତି ଚାଲିଲା ଫେରୋକ୍ରୋମ ସହ omc ମଧ୍ୟ ଚୁକ୍ତି କଲା , ହେଲେ ମୃତକଙ୍କ ପରିବାର ଲୋକଙ୍କୁ ଆଜି ଯାଏ ଠକି ଠକି ଚାଲିଲା । ଆଜି ସେ ୨୨ ଜଣ ପରିବାରରୁ କିଛି ଚାକିରୀ କରିବା ଆଶା ରେ ମୃତ୍ୟୁ ବରଣ ମଧ୍ୟ କରିସାରିଲେଣି । ଆଜି ସମସ୍ତ ପରିବାର ସଦସ୍ୟ ମାନେ ଏକ ଦାବି ପତ୍ର ଆଣି କମ୍ପାନୀ କତୃପକ୍ଷ ଙ୍କୁ ଦେଇଛନ୍ତି ଏବଂ ଦାବି ରଖିଛନ୍ତି କି ଆଗାମୀ ଜୁନ ୨୦ ତାରିଖ ଭିତରେ ତାଙ୍କ ସମସ୍ୟା ର ସମାଧାନ ନ କରାଗଲେ ସେମାନେ ଆଗାମୀ ଦିନରେ ଫାଟକ ସମ୍ମୁଖ ରେ ଧାରଣା ଦେବେ ।

Leave a Reply

Your email address will not be published. Required fields are marked *