ଡେଲାଙ୍ଗ ବ୍ଲକ୍ ରେ ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ

ଡେଲାଙ୍ଗ ବ୍ଲକ୍ ରେ ଫେଲ୍ ମାରିଛି ବର୍ଜ୍ୟବସ୍ତୁ ପରିଚାଳନା। ସ୍ୱଚ୍ଛଭାରତ ଯୋଜନାରେ ବଡ଼ ବଡ଼ ଭାଷଣ ଡିଣ୍ଡିମ ପିଟୁଥିବା ପ୍ରଶାସନର ଅସଲ ଚେହେରା ଆଜି ପଦାରେ ପଡ଼ିଛି। କାଗଜପତ୍ରରେ ସ୍ୱଚ୍ଛ ଭାରତ ମିଶନ ଚାଲିଛି, କିନ୍ତୁ ବାସ୍ତବରେ ଫେଲ୍ ମାରିଛି ବର୍ଜ୍ୟବସ୍ତୁ ପରିଚାଳନା। ଗାଁର ପ୍ରତିଟି କୋଣରେ ଆଜି କେବଳ ଅଳିଆର ପାହାଡ଼ ଠିଆ ହୋଇଛି।

ବର୍ଜ୍ୟବସ୍ତୁ ପରିଚାଳନା ବା ୱେଷ୍ଟ ମ୍ୟାନେଜମେଣ୍ଟ ପାଇଁ ସରକାର କୋଟି କୋଟି ଟଙ୍କା ପାଣି ଭଳି ବୁହାଇ ଦେଉଥିବା ବେଳେ ଗ୍ରାଉଣ୍ଡ ଜିରୋର ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା। ରାସ୍ତାର ଏଣେତେଣେ ଅଳିଆ ଆବର୍ଜନା ଏଣେତେଣେ ପଡିଛି। ସେପଟେ ଗାଁ ମୁଣ୍ଡରେ ଏବଂ ଶେଷରେ ରେ ଡଷ୍ଟବିନ କମ୍ପୋଷ୍ଟପିଟ ତିଆରି କରାଯାଇଛି। କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବରୁ କେତେଗୁଡ଼ିଏ କମ୍ପୋଷ୍ଟପିଟ ଭାଙ୍ଗିରୁଜି ଯାଇଥିବାବେଳେ କେତେକ ସ୍ଥାନରେ ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ପଡ଼ି ରହିଛି। ରେଂଚ ପଂଚାୟତ ସ୍ଥିତ ବଜାର ରେ ଜମି ରହୁଛି ପାରିବ ଦୋକାନୀଙ୍କ ବର୍ଜ୍ୟ , ବେରବୋଇ ସ୍ଥିତ ଐତିହାସିକ ଗାନ୍ଧୀ ପୀଠ ଏବେ କେବଳ ନାମକୁ ମାତ୍ର ଦର୍ଶନ ସ୍ଥଳୀ ପାଲଟିଛି .

ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି ଡେଲାଙ୍ଗ ବ୍ଲକ୍ ର ୨୧ ପଞ୍ଚାୟତ ମଧ୍ୟରୁ ହାତଗଣତି କିଛି ପଞ୍ଚାୟତ ରେ ଅଳିଆ ଆବର୍ଜନା ବୁହା ଗାଡ଼ି ଯୋଗାଇ ଦିଆଯାଇଥିଲେ ମଧ୍ୟ ସେ ସବୁ ଆଜି ଖତ ଖାଉଛି। କେତେକ ଅଳିଆ ବୁହା ଗାଡ଼ି କଳଙ୍କି ଧରିଲାଣି ତ ଆଉ କେଉଁଠି ବ୍ୟାଟେରୀ ଖରାପ ହେବାରୁ ପଞ୍ଚାୟତ ପରିସରରେ ପଡ଼ି ଗଛଲତା ମାଡି ଗଲାଣି। ସେପଟେ ଜନବସତି ଏବଂ ବଜାର ଘାଟ ନିକଟରେ ଅଳିଆ ଆବର୍ଜନା ଗଦା କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଚର୍ମରୋଗ ଭଳି ମାରାତ୍ମକ ବ୍ୟାଧି ରୋଗ ବ୍ୟାପିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ସେପଟେ ସରକାରୀ ଅଧିକାରୀ ଏବଂ ସ୍ଥାନୀୟ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ଅବହେଳା ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ଆଜି ପାଣିରେ ପଡ଼ିଛି। ଏନେଇ ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ କହିଛନ୍ତି ସମସ୍ତ ପଞ୍ଚାୟତ କୁ ନିର୍ଦ୍ଦେଶ ଦିଆଯାଇଛି ପଞ୍ଚାୟତ ରେ ସ୍ଵଛ ଭାରତ ଯୋଜନା କାର୍ଯ୍ୟକାରୀ  କରିବା ପାଇଁ ।

ଦେଖାଯାଉ ଖବର ପ୍ରସାରଣ ପରେ କି ପଦକ୍ଷେପ ନେଉଛନ୍ତି ଡବଲ ଇଂଜିନ ସରକାର ଏବଂ ନୂତନ ବିଧାୟକ ଆଶ୍ରିତ ପଟ୍ଟନାୟକ .

Leave a Reply

Your email address will not be published. Required fields are marked *