ଭଣଜାର ପାଇଁ ମାମୁ ସାଜିଲା କଂସ ମାରିଦେବାକୁ ଦେଲା ଧମକ

ସ୍ବାର୍ଥପର ହେଇଗଲା ମାମୁଁ। ସାମାନ୍ୟ ସମ୍ପତ୍ତି ପାଇଁ ଭଣଜା କରିଥିବା ଘରକୁ ଦଖଲ କରିନେଇଛି ମାମୁଁ। ଖାଲି ସେତିକି ନୁହେଁ ଭଣଜାଜୁ ମାଡ ମାରିବା ସହ ଭଣଜା ଓ ଭାଣେଜୀ  ବୋହୁକୁ ସେମାନଙ୍କ ଘରୁ ବାହାର କରିଦେଇଛି । ଫଳରେ ସେମାନେ ଗ୍ରାମ  ମୁଣ୍ଡରେ ଥିବା ସ୍କୁଲ ସାମ୍ନାରେ ଅସହାୟ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି ବଳଙ୍ଗା ଥାନା ଅନ୍ତର୍ଗତ ସରସ୍ଵତୀପୁର ଗ୍ରାମରେ । ସୂଚନା ମୁତାବକ ପ୍ରକାଶ କୁମାର ସ୍ୱାଇଁ  ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ରୋଜଗାର ଅର୍ଥରେ ମାମୁଁଙ୍କ ସହାୟତାରେ ମାମୁଁ ଘର ଗ୍ରାମରେ ନିଜ ନାମରେ କିଣିଥିବା ଜାଗା ଉପରେ ଘର କରି ନିଜ ପତ୍ନୀଙ୍କ ସହ ରହୁଥିବା ବେଳେ ଜାଗାବାଡି ବିବାଦକୁ ନେଇ ମାମୁଁ ଉକ୍ର ଘରୁ ତାଙ୍କୁ ବାହାର କରିଦେଇଛନ୍ତି। ଫଳରେ ପ୍ରକାଶ ନିଜ ପତ୍ନୀ ଙ୍କୁ ଧରି ଗ୍ରାମ ମୁଣ୍ଡରେ ଥିବା ସ୍କୁଲ ସାମ୍ନାରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ପ୍ରକାଶ ପିଲା ବେଳୁ ମାମୁଁଘରେ ରହୁଥିବା ବେଳେ ୧୩ବର୍ଷ ତଳେ ରୋଜଗାର ଉଦ୍ଧେଶ୍ୟରେ ବାହାର ରାଜ୍ୟକୁ ଯାଇଥିଲେ। ସେଠାରେ ଅଜା ବଞ୍ଚିଥିବା ଅବସ୍ଥାରେ ପ୍ରକାଶଙ୍କ ଟଙ୍କାରେ ତାଙ୍କ ନାମରେ ଗ୍ରାମରେ ୧୦ଡିସିମିଲ ଯାଗା କିଣା ଯାଇଥିଲା। ପରେ ବଡ଼ ମାମୁଁ ଲକ୍ଷ୍ମୀଧର ସ୍ବାଇଁଙ୍କ ସହାୟତାରେ ପାଖାପାଖି ୩୫ଲକ୍ଷ ଟଙ୍କା ଖର୍ଚ୍ଚ କରି ୮ ବଖରା କୋଠା ଘର ନିର୍ମାଣ କରିଥିଲେ। ପରେ ପ୍ରକାଶଙ୍କ ଵିଵାହ ହେବାରୁ ସେ ପତ୍ନିଙ୍କ ସହ ଉକ୍ତ ଘରେ ଖୁସିରେ ଚଳି ଆସୁଥିଲେ। ଗତ ୨ବର୍ଷ ତଳେ ବଡ଼ ମାମୁଁ ଲକ୍ଷ୍ମୀଧରଙ୍କ ଓ ତାଙ୍କ ସାନ ଭାଇଙ୍କ ମଧ୍ୟରେ ପରିବାରିକ ବିବାଦ ହେବାରୁ କିଛି ଦିନ ପାଇଁ ଲକ୍ଷ୍ମୀଧରଙ୍କ ପାରିବାର ଆସି ପ୍ରକାଶଙ୍କ ନିକଟରେ ଆଶ୍ରା ନେଇଥିଲେ। କିଛି ଦିନ ମଧ୍ୟରେ ଲକ୍ଷ୍ମୀଧର ଭଣଜା ଓ ଭାଣେଜୀ ବୋହୂଙ୍କ ସହ ଝଗଡା ହେବାରୁ ପ୍ରକାଶ ସେମାନଙ୍କୁ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ଲକ୍ଷ୍ମୀଧରଙ୍କ ପରିବାର ଘରୁ ଯିବା ବଦଳରେ ଘରୁ ସେମାନଙ୍କ ଭାଗ ମାଗି ପ୍ରକାଶଙ୍କୁ ମାଡ ମାରି ଘରୁ ବାହାର କରିଦେଇଥିଲେ।  ପ୍ରକାଶଙ୍କ ନିଜ ପତ୍ନୀଙ୍କୁ ଧରି ସ୍କୁଲ ସାମ୍ନାରେ ଜାରି ପାଲ ପକାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଅନ୍ୟପଟେ ପ୍ରକାଶଙ୍କ ପତ୍ନୀ ଅର୍ପିତା ଦାସ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *