ବିଜେପି ଜିଲ୍ଲା ସଭାପତି ରାସ ବିହାରୀ ବେହେରାଙ୍କ ନେତୃତ୍ୱରେ ଦୁଇ ଦିନ ଧରି ଚାଲିଥିବା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଯାପନ କରିଥିଲେ | ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ଏହି ଶିବିରରେ ଦୈନନ୍ଦିନ କାର୍ଯ୍ୟ ସହିତ ଦଳୀୟ ଶୃଙ୍ଖଳା, ଦଳର ସୃଷ୍ଟି, ଆଭିମୁଖ୍ୟ, ସଂଗଠନ ସହିତ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି କହିଛନ୍ତି ମନ୍ତ୍ରୀ ପାତ୍ର |
ଏହି ଶିବିରରେ ୨୦୯ ଜଣ ପ୍ରଶିକ୍ଷକ ଯୋଗଦେଇ ସମୁଦାୟ ୧୨ଟି ଶାସ୍ତ୍ରରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ଯାହା ଆଗାମୀ ଦିନରେ ଜିଲ୍ଲାରେ ବିଜେପି ସଂଗଠନ ମଜବୁତ ହୋଇପାରିବ | ବିଜେପି ଦଳ କେବଳ ରାଜନୀତି କରେନି ବରଂ ରାଜନୀତି ର ଊର୍ଧ୍ୱରେ ରହି ରାଷ୍ଟ୍ର ନିର୍ମାଣରେ ବିଶ୍ୱାସ ରଖୁଥିବା ଦଳ ତେଣୁ ଏହି ପ୍ରଶିକ୍ଷଣରେ ଆମେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ କ୍ୟାଡର କାର୍ଯ୍ୟକର୍ତ୍ତା ନିର୍ମାଣ କରୁ |
ପ୍ରତ୍ୟେକ ବର୍ଷ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥାଏ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି | କାର୍ଯ୍ୟକ୍ରମରେ ବିଧାୟକ ଶତ୍ରୁଘ୍ନ ଜେନା, ବିଭୁତି ପ୍ରଧାନ, ସୀମାରାଣୀ ନାୟକ,ଜିଲ୍ଲା ସହ ପ୍ରଭାରୀ ପ୍ରତିମା ମିଶ୍ର,ରାଜ୍ୟ ପ୍ରବକ୍ତା ତଥା ପ୍ରଶିକ୍ଷଣ ସହ ପ୍ରଭାରୀ ରାଜେନ୍ଦ୍ର ପଣ୍ଡା, ପ୍ରଶିକ୍ଷଣ ବର୍ଗ ବହୁ ପ୍ରମୁଖ , ମାତୃ ପ୍ରସାଦ ନନ୍ଦଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଯୋଗଦେଇଥିଲେ .
