ସତ୍ୟବାଦିରେ ଦୁର୍ନୀତିର ଗନ୍ଧ : ଅଲୋଡ଼ା ସ୍ୱଚ୍ଛ ଭାରତ ମିଶନ ଗୃହ

କୁଆଡେ ଗଲେ ବ୍ଲକ ପ୍ରଶାସନ ଏବଂ କୁଆଡେ ଗଲା ଅଳିଆ କଢ଼ା ଗାଡି ?

ନିଶା ଆଡ୍ଡା ପାଲଟିଛି ଅଳିଆ ଘର

ଏ ଦୃଶ୍ୟ ଆପଣଙ୍କୁ ଚମକାଇଦେବ ନିଶ୍ଚୟ , ହଁ ଦର୍ଶକ ବନ୍ଧୁ ଆପଣମାନେ ଦେଖୁଥିବା ଏହି ପକ୍କା ଘର ହେଉଛି କେନ୍ଦ୍ର ସରକାରଙ୍କ ସଫେଇ ଯୋଜନା ମାନେ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଭୁକ୍ତ 4 ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିବା ଅଳିଆ ଘର . ଆପଣଙ୍କୁ ଦେଉଛୁ ସମ୍ପୂର୍ଣ ତଥ୍ୟ ଏହି ଘର ଟି ହେଉଛି ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ର , ଯାହା କି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଶ୍ୱନାଥ ପୁତ୍ର ପଂଚାୟତ ରେ ନିର୍ମାଣ କରାଯାଇଥିଲା . 4 ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ରେ 2022-23 ଆର୍ଥିକ ବର୍ଷ ରେ ନିର୍ମାଣ ହୋଇଥିବା କାନ୍ଥରେ ଲେଖା ଅଛି , କିନ୍ତୁ ଭିତର ଦୃଶ୍ୟ ପୁରା ସିନେମା ଷ୍ଟାଇଲ . ଭିତରେ ପଡିଛି ଚାଁଛ , ମଦ ବୋତଲ , ସିଗାରେଟ ଖୋଳ , କୁରକୁରି ପ୍ୟାକେଟ , ରୋଷେଇ ପାଇଁ ଜାଳ , ଚୁଲି ଏବଂ ପୁଅ ଝିଅ ଙ୍କ ପିନ୍ଧିବା ବସ୍ତ୍ର . ଏଥିରୁ ଆପଣମାନେ ସଠିକ ଅନୁମେୟ କରିପାରୁଥିବେ ଏହି ଆବର୍ଜନା କେନ୍ଦ୍ର ର ଲକ୍ଷ ଓ ଆଭିମୁଖ୍ୟ କଣ ହୋଇପାରେ ? ଏଭଳି କ୍ଷେତ୍ରରେ ଗାଁ ର ହେଉ କିମ୍ବା ଗାଁ ବାହାରର ଲୋକମାନେ ଏବେ ଏହି ଅଳିଆ ଘରକୁ ନିଜ ଘର ତଥା ଅନ୍ୟାନ୍ୟ କୁକାର୍ଯ୍ୟ ପାଇଁ ବ୍ୟବହାର କରୁଥିବା ଏହାର ପରିପାର୍ଶ୍ଵିକ ପରିସ୍ଥିତିରୁ ସ୍ପଷ୍ଟ ଅନୁମେୟ .

ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ କେବଳ ଘର ତୋଳିଦେଲେ ସ୍ୱଚ୍ଛ ଭାରତ ମିଶନ ଲକ୍ଷ ପୁରାଣ ହେଇଯିବ କି ?

କଣ ପାଇଁ ବିଶ୍ୱନାଥପୁର ପଂଚାୟତ ରେ ଏଭଳି ଅବ୍ୟବସ୍ଥା ? ଏଥିପାଇଁ ଦାୟୀ କିଏ ? କୁଆଡେ ଗଲେ ସତ୍ୟବାଦୀ ବ୍ଲକ ଯନ୍ତ୍ରୀ ଏବଂ ବିଡ଼ିଓ ?

କେତେ ଟଙ୍କା ପଡିଛି କାହା ଭାଗରେ ?

ଆହୁରି ମଧ୍ୟ କହି ରଖୁଛୁ ସରକାରଙ୍କ ସୂଚନା ନିୟମ ଅନୁଯାୟୀ ଯେକୌଣସି କାର୍ଯ୍ୟ ରେ ଜନତାଙ୍କ ଜାଣିବା ନିମନ୍ତେ କାର୍ଯ୍ୟ ଆରମ୍ଭ ତାରିଖ ଓ ଶେଷ ତାରିଖ ରହିବା ଆବଶ୍ୟକ ହୋଇଥିବାବେଳେ ଏହି କାନ୍ଥରେ ତାହା ଦେଖିବାକୁ ମିଳୁନାହିଁ . ଏହି ଗୋଟିଏ ଘର କୁ ଦେଖାଇ ବାରମ୍ବାର ବିଲ କରାଯାଉନାହିଁ ତ ? ଗାଁ ର ଅଳିଆ ଏବେ କେଉଁଠାରେ ପଡୁଛି ? କିଏ କିଏ ଏଥିରେ ଅଛନ୍ତି ସାମିଲ ?

ଦେଖାଯାଉ ଖବର ପ୍ରସାରଣ ପରେ କି ପଦକ୍ଷେପ ନେଉଛନ୍ତି ବ୍ଲକ ପ୍ରଶାସନ .

Leave a Reply

Your email address will not be published. Required fields are marked *