ଭୁବନେଶ୍ୱର: ଖଣ୍ଡଗିରି କୋଳଥିଆ ହତ୍ୟାକାଣ୍ଡରେ ପୋଲିସର ବଡ଼ ଆକ୍ସନ । ୨ ଛାତ୍ରଙ୍କୁ ଗିରଫ ରଖି ଜେରା କରୁଛି ପୋଲିସ । ରାଜଧାନୀରେ ଯୁବକ କୃଷ୍ଣ ପାଢ଼ୀଙ୍କ ବିଭତ୍ସ ହତ୍ୟାକାଣ୍ଡରେ ଦୁଇ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି । ହତ୍ୟାକାରୀଙ୍କ ନିକଟରେ ପହଞ୍ଚିବାକୁ ପୋଲିସ ସେମାନଙ୍କୁ ପଚରାଉଚରା କରୁଛି । କୃଷ୍ଣ ପାଢ଼ୀଙ୍କୁ ପ୍ରେମ ପାଇଁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । କଲେଜ ପ୍ରେମ ପାଇଁ କୃଷ୍ଣ ପାଢ଼ୀଙ୍କୁ ହତ୍ୟା କରିଥିବା କୁହାଯାଉଛି ।

ଗତକାଲି କୃଷ୍ଣ ପାଢ଼ୀ ଶୋଇଥିବା ବେଳେ ହତ୍ୟା କରିଥିଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା କୋଳଥିଆ ଛକରେ ମୁଖାପିନ୍ଧା ଦୁର୍ବୃତ୍ତମାନେ କୃଷ୍ଣଙ୍କ ଘରେ ପଶି ଲୁହା ରଡରେ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିବା ବେଳେ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀ ଓ ଭଉଣୀ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ବାପାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ କୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ବୋଲି ସୂଚନା । ମୃତକ କୃଷ୍ଣ ପ୍ରସାଦ ପାଢ଼ୀ ବିଏସ୍ସି ଦ୍ବିତୀୟ ବର୍ଷର ଛାତ୍ର ଥିଲେ । ତାଙ୍କ ପରିବାର ପ୍ରାୟ ୨୦ ବର୍ଷ ଧରି କୋଳଥିଆରେ ରହୁଥିଲେ । କାହା ସହ ସେମାନଙ୍କର ପୂର୍ବ ଶତ୍ରୁତା ନଥିଲା ବୋଲି କହିଛନ୍ତି ପରିବାର ଲୋକ । ଅପରପକ୍ଷେ ସମସ୍ତ ଦିଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି ।
