ସ୍ଥିର ରହିଛି ସୁନା ଓ ରୂପା ଦର, ଆସନ୍ତୁ ଜାଣିବା କ’ଣ ରହିଛି ଆଜିର ଦର

ଦିନକୁ ଦିନ ସୁନାର ମୂଲ୍ୟ ବଢୁଥିବା ବେଳେ, ଆଜି ସୁନା ଓ ରୂପା ଦର ସ୍ଥିର ରହିଛି । ସୁନାର ମୂଲ୍ୟ ବଢ଼ୁଥିବାରୁ ଲୋକେ କିଣିବାକୁ ଭୟ କରୁଛନ୍ତି । କିନ୍ତୁ ଆଜି ଭାରତୀୟ ବଜାରରେ ସୁନାର ଦର ସ୍ଥିର ରହିଛି । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୪୬,୬୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧,୩୪,୪୦୦ ଟଙ୍କା ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୬,୬୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୪,୪୦୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୪୬,୬୨୦ ଟଙ୍କା ଓ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୪,୪୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନାର ଦର ୧,୪୬,୭୭୦ ଟଙ୍କା ଓ ୨୨ କ୍ୟାରେଟ ୧,୩୪,୫୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୪୭,୯୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୩୫,୬୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୨୪ କ୍ୟାରେଟ ସୁନା ମୂଲ୍ୟ ୧,୪୬,୬୨୦ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧,୩୪,୪୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୪୫,୦୦୦ ଟଙ୍କା ହୋଇଛି ।

Leave a Reply

Your email address will not be published. Required fields are marked *