କେରଳରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ଭୂସ୍ଖଳନ, ୨ଜଣ ମୃତ ଓ ଅନେକ ନିଖୋଜ

ପ୍ରବଳ ବର୍ଷା ମଧ୍ୟରେ କେରଳର ୱାୟନାଡରେ ଭୂସ୍ଖଳନ । ୱାୟନାଡ ଭୂସ୍ଖଳନର ଭୟଙ୍କର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ପାଣି ସହ ବହୁ ଆବର୍ଜନା ରାସ୍ତା ଉପରେ ପ୍ରବାହିତ ହେଉଥିବା ଦେଖାଯାଉଛି । ଫଳରେ ମାଟି ତଳେ ୧୦ ଜଣ ଫସି ରହିଛନ୍ତି। ସେମାନଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ କିଛି ଦିନ ଧରି କେରଳରେ ପ୍ରବଳ ବର୍ଷା ହେଉଛି।

ପ୍ରବଳ ବର୍ଷା ଯୋଗୁଁ ୱାୟାନାଡର ମେପ୍ପାଡି ଅଞ୍ଚଳରେ ଭୂସ୍ଖଳନ ଘଟିଛି । ୱାୟାନାଡ ଟନେଲ ନିର୍ମାଣ ସ୍ଥଳ ଏବଂ ମୀନାକ୍ଷୀ ପୁଲ ନିକଟରେ ପାହାଡ଼ର ଏକ ବଡ଼ ଅଂଶ ଭାଙ୍ଗି ପଡ଼ି ରାସ୍ତା ଓ ପାଖରେ ଥିବା ନଦୀରେ ଖସି ପଡ଼ିଛି । ଏହି ଦୁର୍ଘଟଣା ସମୟରେ ଶ୍ରମିକମାନେ ଟନେଲ ନିର୍ମାଣ କାମରେ ନିୟୋଜିତ ଥିଲେ । ସକାଳ ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିଲା । ମୀନାକ୍ଷୀ ପୁଲ ନିକଟରେ ଟନେଲ ନିର୍ମାଣ କାମ ଚାଲିଥିଲା । ପ୍ରବଳ ବର୍ଷା କାରଣରୁ ପାଖପାଖି ପାହାଡ଼ର ଏକ ଅଂଶ ଧସି ପଡ଼ିଥିଲା । ଶ୍ରମିକମାନଙ୍କୁ କାମ ପାଇଁ ଦୁଇଟି ବସରେ ସେଠାକୁ ଆଣାଯାଇଥିଲା । ଦୁଇଟି ବସ୍ ଏବଂ ଅସ୍ଥାୟୀ ଶିବିର ସମ୍ପୂର୍ଣ୍ଣ ଭାବେ ଭୂସ୍ଖଳନର ପ୍ରଭାବରେ ଆସିଯାଇଛି ।

ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଯୋଗୁଁ କାମ ପୂର୍ବରୁ ବନ୍ଦ ହୋଇଯାଇଥିଲା । କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ୨୬୫ ମିମି ବର୍ଷା ହୋଇଛି, ଯାହା ଭୂସ୍ଖଳନର କାରଣ। ଯଦି କଲ୍ଲାଡି ଟନେଲ ନିକଟରେ କାମ ଚାଲୁଥାନ୍ତା, ତେବେ ଅନେକ ଲୋକ ପ୍ରଭାବିତ ହୋଇଥାନ୍ତେ।

Leave a Reply

Your email address will not be published. Required fields are marked *