ଟାଙ୍କି କାମ ବେଳେ ଅଘଟଣ, ୩ ମିସ୍ତ୍ରୀ ମୃତ୍ୟୁ

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗଡ଼ା ପଞ୍ଚାୟତ ତର୍ପାଗୁଡ଼ା ଗାଁରେ ଅଘଟଣ । ବିଶ୍ୱନାଥ ବାରିକଙ୍କ ଘରେ ଟାଙ୍କି କାମ କରୁଥିବା ବେଳେ ଘଟିଲା ଅଘଟଣ । କେନ୍ଦୁଗୁଡ଼ା ନିକଟସ୍ଥ ଜୀବଜଗତପୁର ଗାଁର ୩ ଜଣ ମିସ୍ତ୍ରୀ ଟାଙ୍କି କାମରେ ନିୟୋଜିତ ଥିଲେ । ନୂଆ କରି ତିଆରି ହୋଇଥିବା ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି।ମୃତକମାନେ ହେଲେ ପଦ୍ମପୁର ବ୍ଲକ ଜୀବଜଗତପୁର ଗାଁର ହରି ବିର, ପ୍ରକାଶ ଲିମା ଏବଂ ଆଲୋକ କାରାଡ଼ ।ଘଟଣା ପରେ ପଦ୍ମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ତିନି ଜଣଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ତୁରନ୍ତ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।

Leave a Reply

Your email address will not be published. Required fields are marked *