
ରାଜ୍ୟରେ ସ୍କ୍ରବ୍ ଟାଇଫସ୍କୁ ନେଇ ବଢୁଛି ଚିନ୍ତା । ପଶ୍ଚିମ ଓଡ଼ିଶା ପରେ ଏବେ ଅନ୍ୟ ଜିଲ୍ଲାକୁ ମଧ୍ୟ ମାଡ଼ିଲାଣି ଏହି ରୋଗ । ଚଳିତବର୍ଷ ଅନୁଗୁଳ ଜିଲ୍ଲାରେ ୩ ଜଣ ଏବଂ ବରଗଡ଼ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢୁଛି । ସ୍କ୍ରବ୍ ଟାଇଫସ୍ର ଚିହ୍ନଟ, ଚିକିତ୍ସା ଓ ପ୍ରତିରୋଧ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ନିର୍ଦ୍ଦେଶାବଳୀ । ରାଜ୍ୟର ସମସ୍ତ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ଏହି ଗାଇଡ୍ଲାଇନ୍ ଅନୁସାରେ କାର୍ଯ୍ୟ କରିବେ । ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ସ୍କ୍ରବ୍ ଟାଇଫସ୍ର ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାନ୍ତୁ । ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ ଏହି ଲିଙ୍କ
