
ବାଲେଶ୍ଵର ଡିଆଇସି ଛକ ନିକଟରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ହୋଟେଲ । ଗ୍ୟାସ୍ ଟାଙ୍କି ଫାଟି ହୁତୁହୁତୁ ଜଳିଲା ନିଆଁ । ଆଇଟି ଛକ ନିକଟ ଶାନ୍ତି ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ଗ୍ୟାସ୍ ଟାଙ୍କି ଫାଟିବା ପରେ ଲାଗିଗଲା ଭୟଙ୍କର ନିଆଁ । ନିଆଁର ପ୍ରକୋପରେ ଶାନ୍ତି ହୋଟେଲ ସମେତ ଦୁଇରୁ ତିନିଟି ଦୋକାନ ଜଳି ଭସ୍ମୀଭୂତ ହୋଇଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଜୋରଦାର ପ୍ରୟାସ । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ଉପସ୍ଥିତ । ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲ ସ୍ଥାନିୟ କମ୍ପ୍ଲେକ୍ସ । ନିଆଁ ନିୟନ୍ତ୍ରଣ ପରେ ଜଣାପଡ଼ିବ ପ୍ରକୃତ କ୍ଷୟକ୍ଷତି । ତେବେ କେତେବେଳେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।
