
ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଗୁରୁବାର ଠାରୁ ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁଁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀନାଳ ସବୁ ବନ୍ୟାଜଳରେ ଭର୍ତ୍ତି ହୋଇ ଯାଇଥିବାରୁ ଏନଏଚ୍ ୩୨୬ର କାଙ୍କରକୁଣ୍ଡା ଏବଂ ପୋଟେରୁ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଯୋଗାଯୋଗ ପ୍ରଭାବିତ ହୋଇଛି । ଆଜି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।
