ଆଜିକାଲି ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ଚାଲିଛି । ଲୋକ ୧୯୮୦ ଦଶକକୁ ଯିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ସେହି ପୁରୁଣା ସମୟକୁ ପୁଣି ଫେରାଇଆଣିବାକୁ ଉଦ୍ୟମ ହେଉଛି । ଏମିତି ଲାଗୁଛି ୪୦ ବର୍ଷ ତଳର ସେହି ସମୟ ସୋସିଆଲ ମିଡିଆରେ ପୁଣି ଫେରିଆସିଛି । ଯଦିଓ ଏହି ଫଟୋ ୧୯୮୦ର ନୁହେଁ, ଆଜିର ହିଁ ଫଟୋ ଯାହାକୁ କୁତ୍ରିମ ବୁଦ୍ଧିମତା ବା AI ସହାୟତାରେ ୧୯୮୦ ଦଶକକୁ ନିଆଯାଉଛି । ବଡ ବଡ ନେତା, ଫିଲ୍ମଷ୍ଟାର ଓ ସେଲିବ୍ରିଟି ୧୯୮୦ ଦଶକର ଟ୍ରେଣ୍ଡକୁ ଫଲୋ କରୁଛନ୍ତି । କିନ୍ତୁ ଏହା ଅସଲି , କୌଣସି AI ସହାୟତାରେ ପ୍ରସ୍ତୁତ କରାଯାଇନାହିଁ ।

୧୯୮୦ ମସିହାରେ ମୋଦି ଆରଏସଏସର ବିଭିନ୍ନ ପଦପଦବୀରେ ରହିଥିଲେ । ଏହି ଟ୍ରେଣ୍ଡର ସବୁଠାରୁ ଖାସ କଥା ହେଲା, ଆପଣଙ୍କୁ ଏଥିପାଇଁ କୌଣସି ଫଟୋସପ ଏକ୍ସପର୍ଟ ବନିବାକୁ ପଡିବ ନାହିଁ । ବାସ ଗୋଟିଏ ଭଲ ଫଟୋକୁ ଚାଟଜିପିଟିରେ ଅପଲୋଡ କରନ୍ତୁ । ଆଉ ପ୍ରମ୍ପଟରେ ଲେଖନ୍ତୁ ସୋ ମି ଓ୍ୱାଟ ଆଇ ଉଡ ଲୁକ ଲାଇକ ଇଫ ଆଇ ଓ୍ୱାଜ ଇନ ଦି ୧୯୮୦ସ । ଆପଣ ଆପଣଙ୍କ ଫଟୋର ଅନେକ ବିକଳ୍ପ ବି ଆଡ କରିପାରିବେ । AI ସହାୟତାରେ ଏହା ଆପଣଙ୍କ ଫଟୋକୁ ଏମିତି ବନେଇଦେବ, ଯେମିତି ଆପଣ ସତରେ ୧୯୮୦ ଦଶକକୁ ଚାଲିଯାଇଛନ୍ତି । ଅର୍ଥାତ AI ଆପଣଙ୍କୁ ଏକ ଏମିତି ସମୟରେ ପହଞ୍ଚାଇଦେବ, ଯେଉଁ ସମୟରେ ଆପଣ ଆଦୌ ନଥିଲେ । ଏଠାରେ ପ୍ରଶ୍ନ ଉଠୁଛି, ୧୯୮୦ ଦଶକର ହିଁ ଟ୍ରେଣ୍ଡ କଣ ପାଇଁ? କାରଣ-ଏହି ଦଶକର ଭିଜୁଆଲ ଆଇଡେଣ୍ଟି ବହୁତ ଷ୍ଟ୍ରଙ୍ଗ ରହିଛି । ଅଶୀ ଦଶକର ବଲିଉଡ ସିନେମା, ଦୂରଦର୍ଶନ, ଟିଭି, ରଙ୍ଗୀନ ପୋଷ।କ ସମସ୍ତଙ୍କଗ ମନରେ ଏବେ ବି ଅଭୁଲା ହୋଇ ରହିଛି । ଆଜିର ଡିଜିଟାଲ ଯୁଗଠାରୁ ୧୯୮୦ ଦଶକ ପୁରା ଅଲଗା ଥିଲା । ବଡ କଥା ହେଲା, ଆଜି ଆପଣଙ୍କ ପାଖରେ ମୋବାଇଲ ଅଛି, କ୍ୟାମେରା ଅଛି, ସୋସିଆଲ ମିଡିଆ ଅଛି, ସ୍ମାର୍ଟ ଫୋନ ଅଛି, AI ଅଛି । କିନ୍ତୁ ଆମେ ସେହି ସମୟ ଯେଉଁ ସମୟକୁ ଯିବାକୁ ଚାହୁଁଛୁ, ଯେଉଁ ସମୟରେ ନା ମୋବାଇଲ ଥିଲା ନା ସ୍ମାର୍ଟଫୋନ ଥିଲା ।
ମୋବାଇଲ କ୍ୟାମେରା ତ ଛାଡନ୍ତୁ ସାଧାରଣ କ୍ୟାମେରା ବି ଲୋକଙ୍କ ପାଖରେ ନଥିଲା । ଏଥିପାଇଁ ଅନେକ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଫଟୋ ବି ନାହିଁ । ଆଉ ଯେଉଁ ଫଟୋ ଉଠାଯାଉଥିଲା, ତାକୁ ଆଲବମରେ ରଖାଯାଉଥିଲା । କାରଣ ଏଙି ଫଟୋ ସହିତ ଏକ ସ୍ମୃତି ବି ଯୋଡିହୋଇଥିଲା ।ବର୍ତମାନ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ଅନେକ ସ୍ମରଣୀୟ ମୁହୂର୍ତ ତ ରହିଛି । କିନ୍ତୁ ଫଟୋ ନାହିଁ । 1980 ଦଶକର ଫଟୋକୁ ସମସ୍ତେ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି । ଯଦି 1980 ଦଶକରେ ଫୋକସ ପ୍ଲସ ଥାନ୍ତା ତାହାହେଲେ ଏହା କେମିତି ଦେଖାଇଯାଇଥାନ୍ତା, ଦେଖନ୍ତୁ ଏହି ଫଟୋରେ । ତେଣୁ ଆଉ ଡେରି କରନ୍ତୁନି ଯଦି 1980 ଦଶକ ଫଟୋ ଆପଣ କରିନାହାନ୍ତି, ତାହା ଆଜି ହିଁ ବନାଇନିଅନ୍ତୁ ଆପଣଙ୍କ ଫଟୋ ।
