ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର । ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣକୁ ଜ୍ୱର । ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟ ଉପରେ ରହିଛି ସ୍ୱତନ୍ତ୍ର ଟିମର ନଜର । ନନ୍ଦନକାନନରେ ଚାଲିଛି ସ୍ୱତନ୍ତ୍ର ଚିକିତ୍ସା । ଭୋଗରାଇ ଉଦ୍ଧାର ପରେ ନନ୍ଦନକାନନରେ ଅଛନ୍ତି ୫ ଓରାଙ୍ଗଉଟାନ ।

ସଂଗରୋଧ ଘରକୁ ମଶା ନ ପଶିବା ଲାଗି ତାର ଜାଲି ମଧ୍ୟ ବୁଲାଇ ଦିଆଯାଇଛି। ଗତ ୮ ତାରିଖରେ ବାଲେଶ୍ବର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବେ ନନ୍ଦନକାନରେ ରହିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟିଆ ନିଘା ରଖାଯାଇଛି।… ଭୁବନେଶ୍ୱର OUATର ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥର ପ୍ରୋଜେକ୍ଟ କୋଅର୍ଡିନେଟର ସାମିଲ ଅଛନ୍ତି । ଆବଶ୍ୟକ ପଡ଼ିଲେ କମିଟି ଦେଶ ଓ ବିଦେଶର ଅନ୍ୟ ବିଶେଷଜ୍ଞ କିମ୍ବା ସଂସ୍ଥାର ସହାୟତା ମଧ୍ୟ ନେଇପାରିବ ।
