
ରକ୍ତହୀନତା ରୋଗରେ ପୀଡ଼ିତ ୩ ଓରାଙ୍ଗଉଟାନ ଛୁଆ। ଜଣକୁ ସିଭିୟର ଓ ଅନ୍ୟ ୨ ଜଣ ସାମାନ୍ୟ ରକ୍ତହୀନତା ଚିହ୍ନଟ ହୋଇଛି। ତେବେ ନନ୍ଦନକାନନରେ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଚାଲିଛି । କମିଟି ପରାମର୍ଶକ୍ରମେ ସପୋର୍ଟିଭ୍ ସପ୍ଲିମେଣ୍ଟେସନ୍ ଦିଆଯାଉଛି । ନିୟମିତ ଭାବେ ଓରାଙ୍ଗ ଉଟାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଗତକାଲି ଶାବକମାନଙ୍କ ଛାତି, ପେଟ ଓ ଖପୁରୀର ଏକ୍ସରେ କରାଯାଇଥିଲା। ଏଥିସହ ରକ୍ତ, ସିରମ୍ ଏବଂ ନାକରୁ ସ୍ୱାବ୍ ମଧ୍ୟ ସଂଗ୍ରହ କରାଯାଇଥିଲା। ଇନ୍ହାଉସ୍ ହେମାଟୋଲୋଜି ପରୀକ୍ଷାରୁ ସେମାନଙ୍କ ଠାରେ ରକ୍ତହୀନତା ଚିହ୍ନଟ ହୋଇଥିଲେ। ବାଲେଶ୍ୱର ଭୋଗରାଇରୁ 5 ଓରାଙ୍ଗଉଟାନଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଛି । ଏମାନେ କୋଉଠୁ କେମିତି କିଏ ଏବଂ କାହିଁକି ଆଣିଥିଲେ, ସେନେଇ ଖୋଳତାଡ କରୁଛି ଏସଟିଏଫ୍ । ତେବେ ରକ୍ତହୀନତା ରୋଗରେ ପୀଡ଼ିତ ୩ ଓରାଙ୍ଗଉଟାନ ଛୁଆଙ୍କ ଅନ୍ୟ ରିପୋର୍ଟ ଆସିବା ପରେ ପରବର୍ତ୍ତି ଚିକିତ୍ସା କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
.
