ପୁଣି ଦାନା ବାନ୍ଧୁଛି ଲଘୁଚାପ!, ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୧୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା।ଲଘୁଚାପ ସୃଷ୍ଟି ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି କ୍ରମଶଃ ଘନୀଭୂତ ହୋଇପାରେ। ୨୩ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିପାରେ।ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ବଢ଼ିବାର ଆଶଙ୍କା ରହିଛି। ୨୨ ତାରିଖରୁ ଉପକୂଳ ଜିଲ୍ଲାରେ ପାଗ ମେଘୁଆ ହେବା ସହ ବର୍ଷା ଆରମ୍ଭ ହୋଇପାରେ। ୨୩ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ବଢ଼ିପାରେ।ତେବେ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ, ଏନେଇ ଏବେଠାରୁ କୌଣସି ଆକଳନ କରାଯାଇନାହିଁ। ଲଘୁଚାପ ସୃଷ୍ଟି ପରେ ଏହାର ତୀବ୍ରତା ଓ ଗତିପଥ ସ୍ପଷ୍ଟ ହେବ। ତେଣୁ ଗୁଜବରେ ବିଶ୍ୱାସ ନକରି, ପାଣିପାଗ ବିଭାଗର ଅପଡେଟ୍ ଉପରେ ନଜର ରଖିବାକୁ ପରାମର୍ଶ।

Leave a Reply

Your email address will not be published. Required fields are marked *