ଅପମିଶ୍ରଣ ଖଜାଭାଟି ଉପରେ ଚଢ଼ାଉ, ଖଜା ନଷ୍ଟ କରାଯିବା ସହ ଫାଇନ୍‌ ଆଦାୟ

ମହାପ୍ରଭୁଙ୍କ ଭୋଗ ନାଁରେ ପ୍ରଶାସନ ଆଖିରେ ଧୂଳି ଦେଇ ବିକ୍ରି ହେଉଛି କୁଇଣ୍ଟାଲ କୁଇଣ୍ଟାଲ ଅପମିଶ୍ରିତ ଖଜା । ଅନେକ ସମୟରେ ଏନେଇ ଅଭିଯୋଗ ହେଇ ଆସୁଥିଲା । ଏପରିକି ଏବେ ସାରା ରାଜ୍ୟରେ ଅପମିଶ୍ରିତ ଖାଦ୍ୟ ତଥା ବ୍ୟବସାୟ ପ୍ରତିଷ୍ଠାନରେ ଜୋରଦାର ଚଢାଉ ଚାଲିଥିବା ବେଳେ ଆଜି ପୁରୀରେ ଅପମିଶ୍ରଣ ବେଆଇନ ଖଜା ଭାଟି ଉପରେ ଅତର୍କିତ ଚଡାଉ କରିଥିଲେ ପୋଲିସ । ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ ଖଜା ଭାଟି ଉପରେ ଚଡାଉ କରି ଖଜା ପାଇଁ ବ୍ୟବହାର ହେଉଥିବା ସାମଗ୍ରୀକୁ ନଷ୍ଟ କରିବା ସହିତ ଭାଟି ମାଲିକକୁ କଡା ଚେତାବନୀ ଦିଆଯାଇଛି । ଏହା ସହିତ ମୋଟା ଅଙ୍କର ଫାଇନି କରାଯାଇଛି । ଏହି ଅପେରସନରେ ପୁରୀ ସିଟି ଡ଼ିଏସ୍ପି ରଶ୍ମିରଂଜନ ମହାପାତ୍ରଙ୍କ ସହିତ ଫୁଡସେପ୍ଟି ଅଧିକାରୀ, ମହାନଗର ନିଗମର ଅଧିକାରୀ ଏବଂ ସିଭିଲି ସପ୍ଲାଇ ଅଧିକାରୀମାନେ ସାମିଲ ଥିଲେ

Leave a Reply

Your email address will not be published. Required fields are marked *