DCP ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ, ଇସ୍ତଫାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ମଞ୍ଜୁରି

ଭୁବନେଶ୍ବର ଊଉଚ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି । ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର । ଇସ୍ତଫା ଗ୍ରହଣ ହୋଇଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି । ଭୁବନେଶ୍ୱର ୟମକ୍ଟ୍ରଜଗ ମୋହନ ମିନା ଇସ୍ତଫା ଦେବା ଘଟଣା ରାଜ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟିଛି । ଅନେକ ଲୋକ ଅନେକ କଥା କହୁଛନ୍ତି । ବାଲିଅନ୍ତା ଭିଡ ହିଂସା ଘଟଣା ପରଠାରୁ ଡିସିପିଙ୍କୁ ଦାୟୀ କରାଯିବା ସହିତ ରାଜ୍ୟ ସରକାର ମଧ୍ୟ ତାଙ୍କ ଉପରେ ବର୍ଷିଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ୨୦୧୩ ମସିହାର ଆଇପିଏସ ଅଫିସର ତଥା ଡିସିପି ସେତେବେଳେ ପ୍ରତିକ୍ରିୟା ଦେଇ କହିଥିଲେ କି ନିଜର ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି ।

୨୦୧୩ ବ୍ୟାଚ୍ ର ଓଡ଼ିଶା କ୍ୟାଡର IPS ଅଧିକାରୀ ମୀନାଙ୍କ ଇସ୍ତଫା ୨୦୨୬ ସେପ୍ଟେମ୍ବର ୧୧ ଅପରାହ୍ଣରୁ କାର୍ଯ୍ୟକାରୀ ହୋଇଛି । ସେପ୍ଟେମ୍ବର ୧୧ରେ ନୂଆଦିଲ୍ଲୀରୁ ଜାରି କେନ୍ଦ୍ର ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଜଗମୋହନ ମୀନା, IPS (OD:2013)ଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏହି ଆଦେଶରେ କେନ୍ଦ୍ର ସରକାରଙ୍କ ଅଣ୍ଡର ସେକ୍ରେଟାରୀ ୟତେନ୍ଦ୍ର କୁମାରଙ୍କ ସ୍ୱାକ୍ଷର ରହିଛି । ଭୁବନେଶ୍ୱର DCP ଭାବେ କାର୍ଯ୍ୟରତ ଥିବା ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ IPS ଚାକିରିରୁ ଇସ୍ତଫା ଦେଇଥିଲେ। ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ । ଏହା ପଛରେ କୌଣସି ବାହ୍ୟ ଚାପ ନଥିବା ମଧ୍ୟ ସେ ସ୍ପଷ୍ଟ କରିବା ସହ ନିଜର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *