ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା, ୨ ଆତଙ୍କବାଦୀ ନିହତ

ଜମ୍ମୁ ଓ କାଶ୍ମୀରର ଉଧମପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ । ନିହତ ଦୁଇ ଆତଙ୍କବାଦୀ ବିଦେଶୀ ଏବଂ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଏକ ଶାଖା ‘କାଶ୍ମୀର ଟାଇଗର୍ସ’ ସହ ଜଡିତ ଥିବା ଜଣାପଡିଛି । ଉଧମପୁର ଜିଲ୍ଲାର ମଜାଲ୍ଟା ଅଞ୍ଚଳର ଏକ ଜଙ୍ଗଲରେ ଆତଙ୍କବାଦୀଙ୍କ ଅବସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ବଡ଼ଧରଣର କର୍ଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ତେବେ ଆତଙ୍କବାଦୀ ମାନେ ଗୁଳିଚାଳନା କରିବା ଫଳରେ ଉଭୟ ପକ୍ଷରୁ ପ୍ରବଳ ଗୁଳିବିନିମୟ ହୋଇଥିଲା । ଗୁରୁବାର ଭୋରୁ ଉଦ୍ଧାର ହୋଇଥିବା ଦୁଇ ଆତଙ୍କବାଦୀ ବିଦେଶୀ ନାଗରିକ ବୋଲି ସନ୍ଦେହ କରିଛନ୍ତି ସୁରକ୍ଷକର୍ମୀ । ସେମାନଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି । ଜଙ୍ଗଲରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇ ସର୍ଚ୍ଚ ଓ କମ୍ବିଂ ଅଭିଯାନ ଜାରି ରହିଛି ।

Leave a Reply

Your email address will not be published. Required fields are marked *